ବିଦ୍ୟୁତ୍ ଠିକା ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ
କେନ୍ଦ୍ରାପଡା, 1 ମେ (ହି.ସ.): କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଠିକା ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ପରିସର ରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମ ରେ ସଂଘର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଅଇନଜୀବି ଭୀମସେନ ଭୂୟାଁ ଅଧ୍ୟକ୍ଷତା କରିଥିଲେ । ଓଡିଶା ବିଦ୍ୟୁତ୍
ବିଦ୍ୟୁତ୍ ଠିକା ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ


କେନ୍ଦ୍ରାପଡା, 1 ମେ (ହି.ସ.): କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଠିକା ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ପରିସର ରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମ ରେ ସଂଘର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଅଇନଜୀବି ଭୀମସେନ ଭୂୟାଁ ଅଧ୍ୟକ୍ଷତା କରିଥିଲେ । ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ଟିପିସିଓଡିଏଲ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ସିଂହ, ବାଣିଜ୍ୟ ମୁଖ୍ୟ ପ୍ରବିଣ ଶର୍ମା, ପାରାଦ୍ୱୀପ ସର୍କଲ ର ଶିବ ପ୍ରସାଦ ସ୍ୱାଇଁ, ପ୍ରତାପ ସ୍ୱାଇଁ, ମନୋରଞ୍ଜନ ତ୍ରିପାଠୀ, ଅନିଲ କୁମାର ନାୟକ, ଲଳିତ କୁମାର, ଜିତେନ୍ଦ୍ର ବିଶ୍ୱାଳ, ଚର୍ତୁଭୁଜ ଦାସ, ମନୋଜ ନାୟକ, ଗିରିଶ ଚନ୍ଦ୍ର ବେହେରା ଓ ଅସିତ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଂଚାସୀନ ଥିଲେ । ଠିକା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶିଶିର କୁମାର ନାୟକ ସଂପାଦକୀୟ ବିବରଣୀ ପାଠ କରିବା ସହ ସଂଘ ପକ୍ଷରୁ ନାର୍ଯ୍ୟ ଦାବି ଉପସ୍ଥାପନ କରିଥିଲେ । ଏହି ଦାବି ଗୁଡିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜରୁୀ ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା, ମିଟର ରିଡର, ବିଲ କଲେକ୍ଟର, ଲାଇନ ମ୍ୟାନ, ହେଲପର ପ୍ରମୁଖ କ୍ଷେତ୍ର କର୍ମଚାରୀଙ୍କ ଯୋଗ୍ୟତା ଅନୁଯାଇ ସରକାରୀ ନିୟମ ମୁତାବକ ମାସିକ ଦରମା ବୃଦ୍ଧି ପ୍ରଦାନ କରିବା ଓ ଟିପିସିଓଡିଏଲ ରେ ଚାକିରୀ ନିୟମିତ କରିବା ଏହା ସହ ସୁରକ୍ଷା ଉପକରଣ ପ୍ରଦାନ କରିବା ଓ ଜୀବନ ବୀମା, ଚିକିତ୍ସା ସୁବିଧା, ଭବିଷ୍ୟନିଧି ପାଣ୍ଠି ପ୍ରଭୃତି ଦାବି ଗୁଡିକ ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ଓ ୨୬ଦିନ ପରିବର୍ତେ ୩୦ ଦିନର ଦରମା ପ୍ରଦାନ କରିବା ସମ୍ବଳିତ ଦାବିପତ୍ର ଉପରିସ୍ଥ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନା ରେ ଅମୀୟ ରଂଜନ ସାହୁ, ପ୍ରମୋଦ କୁମାର ସାହୁ, ସଂଜୟ କୁମାର ରାଉତ, ଜ୍ଞାନ ରଂଜନ ସାମଲ ଙ୍କ ସମେତ ସମସ୍ତ ଡିଭିଜନର ସଭାପତି ଓ ସେକସନ ଅରଗାନାଇଜର ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande