ବଲାଙ୍ଗିର, 1 ମେ (ହି.ସ.)
ମଙ୍ଗଳବାର ଦିନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ଦ୍ଵାରା ସଭାପତି ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବାବେଳେ ଅଧ୍ୟକ୍ଷା, ବଲାଙ୍ଗିର ପୌର ପରିଷଦ ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସମ୍ପାଦିକା ଜ୍ୟୋତି ରେଖା ତ୍ରିପାଠୀ ଓ ଉପଦେଷ୍ଟା ସନ୍ଦୀପ କୁଆଁର ମଞ୍ଚାସିନ ହୋଇଥିଲେ। ଏହି ଅବସରରେ ବିଶିଷ୍ଟ ତବଲା ବାଦକ ସୁରଜ୍ କୁମାର ଦୋରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସଭା କୁ କବି ରତ୍ନମୟ ତ୍ରିପାଠୀ ଓ ସୁନୀଲ ମେହେର ସଂଯୋଜନା କରିଥିଲେ । ଅତିଥି ମାନେ ଆନୁଷ୍ଠାନିକ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଉପରେ ବର୍ତ୍ତମାନ ଗୁରୁତ୍ଵ ଆରୋପ କରିବା ସହ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୃତ୍ୟ ର ଆବଶ୍ୟକତା ରହିଥିବା ପ୍ରକାଶ କରି ବଲାଙ୍ଗିର ରେ ଶାସ୍ତ୍ରୀୟ ନୃତ୍ୟ ର ପରମ୍ପରା ରହିଥବା ପ୍ରକାଶ କରିଥିଲେ ।ପରେ ପରେ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନ ର କୁନି କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ