୧୦୦ଫୁଟ୍ ଖଣିରୁ ମିଳିଲା ଶ୍ରମିକଙ୍କ ଗଳିତ ଶବ।
Odisha, 17 ମେ (ହି.ସ.)ଖୋର୍ଦ୍ଧା, ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଟଙ୍ଗଣୀ ଖଣିର ୧୦୦ଫୁଟ ଗଭୀର ଜଳକୁ ଖସି ପଡ଼ିଥିବା ଯୁବକର ମୃତ ଦେହକୁ ୩୦ଘଣ୍ଟା ପରେ ଉଦ୍ଧାର କରିଛି ସଦର ଥାନା ପୋଲିସ। ମୃତ ଯୁବକ ଜଣକ ହେଲା ସମ୍ବଲପୁର ଜିଲ୍ଲା ନୂଆବାଘେରା ଗ୍ରାମସ୍ଥିତ ପଶାଦି ବାଡ଼ିଆ(୨୨) ।ସୁଚନା ମୁତାବକ ମୃ
ଯୁବକ ମୃତ


Odisha, 17 ମେ (ହି.ସ.)ଖୋର୍ଦ୍ଧା, ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଟଙ୍ଗଣୀ ଖଣିର ୧୦୦ଫୁଟ ଗଭୀର ଜଳକୁ ଖସି ପଡ଼ିଥିବା ଯୁବକର ମୃତ ଦେହକୁ ୩୦ଘଣ୍ଟା ପରେ ଉଦ୍ଧାର କରିଛି ସଦର ଥାନା ପୋଲିସ। ମୃତ ଯୁବକ ଜଣକ ହେଲା ସମ୍ବଲପୁର ଜିଲ୍ଲା ନୂଆବାଘେରା ଗ୍ରାମସ୍ଥିତ ପଶାଦି ବାଡ଼ିଆ(୨୨) ।ସୁଚନା ମୁତାବକ ମୃତକ ପଶାଦି ସ୍ଥାନୀୟ ଅଞ୍ଚଳର ଏକ କ୍ରସରରେ ଶ୍ରମିକଭାବେ କିଛି ବର୍ଷ ହେବ କାମ କରୁଥିଲେ। କିନ୍ତୁ ଗତକାଲି ଦିପ୍ରହରରେ ସେ ଟାଙ୍ଗଣୀ ଖଣିକୁ ଯାଇଥିବାବେଳେ ଖଣିର ପ୍ରାୟ ୧୦୦ଫୁଟ୍ ଗଭୀର ପାଣିକୁ କୌଣସି କାରଣ ବସତଃ ଖସିପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପ୍ରଥମେ ସଦର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜା ଖୋଜି ସତ୍ତ୍ବେ କୌଣସି ଖୋଜ୍ ଖବର ପାଇନଥିଲା। ପୁର୍ନବାର ଆଜି ଅଗ୍ନିଶମ ଓଡ୍ରାଫ ଟିମ୍ ସହାୟତାରେ ଖୋଜା ଖୋଜି କରିବା ପରେ ସନ୍ଧ୍ୟା ୭ଟା ସମୟରେ ପଶାଦିଙ୍କ ଗଳିତ ଶବକୁ ଜବତ କରିବା ଜଣାପଡ଼ିଛି । ଏହି ଘଟଣାରେ ମୃତକଙ୍କ ବାପାଙ୍କ ଅଭିଯୋଗ ସଦର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଥିବା ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande