ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର, 18 ମେ (ହି.ସ.) - ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଔପଚାରିକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟର ରେଳ ଅବସଂରଚନା ଓ ସଂପର୍କ ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରଚନାତ୍ମକ
ନୂଆଦିଲ୍ଲୀରେ କେନ୍ଦ୍ର     ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ


ଭୁବନେଶ୍ୱର, 18 ମେ (ହି.ସ.)

-

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ

ବୈଷ୍ଣବଙ୍କୁ ଔପଚାରିକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟର ରେଳ ଅବସଂରଚନା ଓ ସଂପର୍କ

ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରଚନାତ୍ମକ ଆଲୋଚନା ହୋଇଛି ।

ସିଂହଦେଓ ଏହି ସାକ୍ଷାତର

ସୂଚନା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ଆଜି ନୂଆଦିଲ୍ଲୀରେ ମାନନୀୟ କେନ୍ଦ୍ର

ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଛି । ରେଲୱେ

ଅବସଂରଚନା ଓ ସଂପର୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ସଫଳ ଆଲୋଚନା ହୋଇଛି,

ଯେଉଁଥିରେ ଓଡ଼ିଶାର ପରିବହନ ନେଟୱର୍କ ଓ ସମଗ୍ର ବିକାଶକୁ ଆଗକୁ ବଢାଇବାର ପ୍ରତିବଦ୍ଧତା ପୁଣିଥରେ

ସ୍ପଷ୍ଟ ହୋଇଛି ।

ସାକ୍ଷାତ ସମୟରେ ଓଡ଼ିଶାରେ

ରେଲୱେ ସଂପର୍କକୁ ମଜବୁତ କରିବା, ଭିତ୍ତିଭୂମି ସଂରଚନାକୁ ଉନ୍ନତ କରିବା ଓ ଚାଲୁ ଓ ପ୍ରସ୍ତାବିତ

ପ୍ରକଳ୍ପକୁ ଦ୍ରୁତଗତିରେ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଉପମୁଖ୍ୟମନ୍ତ୍ରୀ ସିଂହଦେଓ

କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ନିରନ୍ତର ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି

ଯେ, ଏହାଦ୍ୱାରା ରାଜ୍ୟରେ ସମାବେଶୀ ବିକାଶ ଓ ଉନ୍ନତ ସାର୍ବଜନୀନ ପରିବହନ ସୁବିଧା ସୁନିଶ୍ଚିତ

କରାଯାଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande