ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ
ମାଲକାନଗିରି, ୮ ମଇ (ହି.ସ.)- ଜିଲ୍ଲା ପ୍ରଶାସନ ରେଡ଼କ୍ରସ ସୋସାଇଟି ଏବଂ ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ବିଶ୍ୱ ରେଡ଼କ୍ରସ ଦିବସ ଅନୁଷ୍ଠିତ ହୋଇଯାଇଛି l ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରେମରେଖା ଭତ୍ରାଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୁପେ
ବିଶ୍ୱ ରେଡ଼କ୍ରସ ଦିବସ


ମାଲକାନଗିରି, ୮ ମଇ (ହି.ସ.)- ଜିଲ୍ଲା ପ୍ରଶାସନ ରେଡ଼କ୍ରସ ସୋସାଇଟି ଏବଂ ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ବିଶ୍ୱ ରେଡ଼କ୍ରସ ଦିବସ ଅନୁଷ୍ଠିତ ହୋଇଯାଇଛି l ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରେମରେଖା ଭତ୍ରାଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୁପେ ରେଡ଼କ୍ରସ ସୋସାଇଟି ଉପସଭାପତି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟି ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଯୁବରେଡ଼କ୍ରସ ସ୍ବେଛାସେବୀ ଏବଂ ଉପସ୍ଥିତ ଥିବା ବଦାନ୍ୟ ବ୍ୟକ୍ତି କୁ ନିସ୍ଵାର୍ଥ ପର ସେବା କରି ସୁପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ବରିଷ୍ଠ ପ୍ରାଧ୍ୟପକ ଅଶୋକ କୁମାର ଷଡ଼ଙ୍ଗୀ, ସାର ଜିଆନ ହେନେରୀ ଦୁନାଣ୍ଟ ଙ୍କ ଜନ୍ମଦିନ ର ତାଙ୍କର ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଇଂରାଜୀ ବିଭାଗର ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଆଜିର ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭ ରେ ଜାତୀୟ ସେବା ସଂସ୍ଥା ଅଧିକାରୀ ଗୌତମ ନାଏକ, ପୂର୍ବତନ ଅଧିକାରୀ ପ୍ରମିୟ କୁମାର ମହାନ୍ତି, ଅଭିମନ୍ୟୁ ଦଳ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ l ସାର ଜିଆନ ହେନେରୀ ଦୁନାଣ୍ଟ ଫଟୋଚିତ୍ର ରେ ଅତିଥି ଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା! ଡ଼ ଗୁପ୍ତେଶ୍ୱର ରାଓ, ପ୍ରମୋଦ ପରିଡା, ମନୋରଞ୍ଜନ, ଦଶରଥୀ ବି ଜ୍ଞା ନ ଅଧ୍ୟାପକ ସାତଟି ମନ୍ତ୍ର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ l ୫୦ ରୁ ଉର୍ଦ୍ଧ ସ୍ବେଛାସେବୀ ଓ ଅଣ ଶିକ୍ଷକ କର୍ମଚାରୀ ପୂର୍ବତନ ଛାତ୍ର ଯୋଗଦେଇ ଉତ୍ସାହିତ କରିଥିଲେ l

ଜିଲ୍ଲାମୁଖ୍ୟ ରେଡ଼କ୍ରସ ଆବାହକ ତଥା ପ୍ରାଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ l ସଭା ଶେଷରେ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande