ଦୁଇଟି ସ୍ଥାନରେ ଅବକାରୀ ଚଢ଼ଉ
ଜୟପୁର, ୮ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଝିଙ୍କରଗୁଡା ଓ ରତାଖଣ୍ଡିରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ଚାଲାଣ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଚଢଉ କରାଯାଇଛି । ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ଝିଙ୍କରଗୁଡାରେ ଚଢଉ କରି ଜଣେ ମହିଳା ଅଭିଯୁକ୍ତ
ଦୁଇଟି ସ୍ଥାନରେ ଅବକାରୀ ଚଢ଼ଉ


ଜୟପୁର, ୮ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଝିଙ୍କରଗୁଡା ଓ ରତାଖଣ୍ଡିରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ଚାଲାଣ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଚଢଉ କରାଯାଇଛି । ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ଝିଙ୍କରଗୁଡାରେ ଚଢଉ କରି ଜଣେ ମହିଳା ଅଭିଯୁକ୍ତ ଠାରୁ ୯ ଲିଟର ଦେଶି ମଦ ଜବତ କରି ଗିରଫ କରିଛି । ଗିରଫ ମହିଳା ଅଭିଯୁକ୍ତକୁ ଆଜି ଅପରାହ୍ନ ୨ଟାରେ କୋର୍ଟ ଚାଲାଣ କରିଛି ।

ସେହିପରି ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ରତାଖଣ୍ଡି ଜଙ୍ଗଲରେ ଆଜି ଚଢଉ କରିଛି । ଚଢଉ ଖବର ପାଇ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୫ ଶହ ଲିଟର ପୋଚ ଓ ୬୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande