ଅଖିଳ ଭାରତ ଯୁବ ସଂଘର ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ
ଜୟପୁର, ୮ ମଇ (ହି.ସ.) - ସମ୍ବିଧାନ ସୁରକ୍ଷା,ଦେଶର ଐକ୍ୟ ,ଫାଶୀବାଦୀ ଶକ୍ତି ବିରୁଦ୍ଧରେ , କୋରାପୁଟ ର ଖଣି ପାଣି ଆଦାନୀ କୁ ଟେକିଦେବା ବିରୁଦ୍ଧରେ ଏବଂ ବେକାରୀ ସମସ୍ୟା ସମାଧାନ ପାଇଁ ନେଇ ଯୁବ ସଂଘ ଆନ୍ଦୋଳନ କୁ ଶକ୍ତିଶାଳୀ କରିବ । ଅଖିଳ ଭାରତ ଯୁବ ସଂଘ ର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଐତିହ୍ୟ ଓ ସସ୍
ଅଖିଳ ଭାରତ ଯୁବ ସଂଘ ର ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ


ଜୟପୁର, ୮ ମଇ (ହି.ସ.) - ସମ୍ବିଧାନ ସୁରକ୍ଷା,ଦେଶର ଐକ୍ୟ ,ଫାଶୀବାଦୀ ଶକ୍ତି ବିରୁଦ୍ଧରେ , କୋରାପୁଟ ର ଖଣି ପାଣି ଆଦାନୀ କୁ ଟେକିଦେବା ବିରୁଦ୍ଧରେ ଏବଂ ବେକାରୀ ସମସ୍ୟା ସମାଧାନ ପାଇଁ ନେଇ ଯୁବ ସଂଘ ଆନ୍ଦୋଳନ କୁ ଶକ୍ତିଶାଳୀ କରିବ ।

ଅଖିଳ ଭାରତ ଯୁବ ସଂଘ ର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଐତିହ୍ୟ ଓ ସସ୍କୃତି ସମ୍ପର୍ଣ୍ଣ କୋରାପୁଟ ଜିଲ୍ଲା ସଦରମହକୁମା କୋରାପୁଟ ସହରର ଟାଉନ୍ ହଲ୍ ଠାରେ ମେ' ୭,୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିନ ଆର୍ ଟି ଓ ଅଫିସ୍ ଛକରୁ ଏକ ବର୍ଣ୍ଣାଢ଼୍ୟ ପଟୁଆର ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଜା ସହ ବାହାରି ସହର ର ମୁଖ୍ୟ ରାସ୍ତା ଦେଇ ଟାଉନ୍ ହଲ ଠାରେ ପହଂଚିଥିଲା । ସମ୍ମିଳନୀ ଅଂଚଳକୁ ସହୀଦ୍ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ କରାଯାଇଥିଲା। ସେଠାରେ ଯୁବ ସଂଘ ର ପତାକାକୁ ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ତିରୁମଲ୍ଲାଇ ରମନ ( ତାମିଲନାଡୁ) ଉତ୍ତୋଳନ କରିବା ପରେ ସହୀଦ୍ ବେଦୀରେ ପୁଷ୍ପାଞ୍ଜଳି ପ୍ରଦାନ କରି ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମାନେ ପ୍ରବେଶ କରିଥିଲେ। ଶ୍ରୀ କୁମର ଜାନୀ ଙ୍କ ନେତୃତ୍ୱରେ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ଶାବର ଶ୍ରୀକ୍ଷେତ୍ର ସହୀଦ ଲକ୍ଷ୍ମଣ ନାୟକଙ୍କ ମାଟିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସମ୍ମିଳନୀ ର ସଫଳତା କାମନା କରିଥିଲେ । ପେହେଲଗାମ୍ ଆତଙ୍କି ହାମଲାରେ ମୃତ ବ୍ୟକ୍ତି ଓ ଦିବଙ୍ଗତ ଜନ ନେତା ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ମିଳନୀକୁ ଉଦ୍ଘାଟନ କରି ଥିରୁମାଲ୍ଲାଇ ରମନ୍ କହିଥିଲେ ଯେ ଦେଶ ଏକ ଘଡିସନ୍ଧି ମୁହୁର୍ତ ଦେଇ ଗତି କରୁଛି। ଦେଶରେ ବେକାରୀ ସମସ୍ୟା ଉତ୍କଟ , ଦରଦାମ୍ ବୃଦ୍ଧି, ପୁଞ୍ଜିପତି ମାନଙ୍କ କଳେବର ବୃଦ୍ଧି ହେଲା ବେଳେ ୯୦ ଭାଗ ଲୋକ ବଂଚିବା ପାଇଁ ସଂଘର୍ଷ ରତ ଥିବା ବେଳେ ଆର୍ ଏସ୍ ଏସ୍ ନେତୃତ୍ୱରେ ପରିଚାଳିତ ବିଜେପି ସରକାର ଗତ ଦଶ ବର୍ଷ ହେଲା ଦେଶକୁ ହିନ୍ଦୁ ମୁସଲମାନ ଭିତିରେ ବାଂଟି ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଖୁରାକ ଖୋଜୁଥିବା ବେଳେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀ ମାନେ ପେହେଲଗାମ ରେ ନିରୀହ ଲୋକମାନଙ୍କୁ ଧର୍ମ ଭିତିରେ ହତ୍ୟା କରି ଦେଶରେ ହିନ୍ଦୁ ମୁସଲମାନ ବିଭେଦକୁ ଆହୁରି ଗଭୀର କରିବା ପାଇଁ ହୀନ ଉଦ୍ୟମ କରିଛନ୍ତି। ଠିକ୍ ଏହି ସମୟରେ ପିଓକେ ରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନା ସଠିକ୍ ଆକ୍ରମଣ କରିଛି ଏବଂ ଏହି ଅପରେସନ ସିନ୍ଦୁର ର ନେତୃତ୍ୱ ନେଇଛନ୍ତି ମୁସଲମାନ ମହିଳା କମାଣ୍ଡର ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପି ଓ ତାର ପ୍ରଚାର ବାହିନୀ ମୁସଲମାନଙ୍କ ବିରୁଦ୍ଧରେ ଯେଉଁ ଘୃଣା ସୃଷ୍ଟିର ଉଦ୍ୟମ କରୁଥିଲା ତାହା ପଣ୍ଡ ହୋଇଛି। ଏଥିସହ ଯୁବ ସଂଘ ଆହ୍ୱାନ କରୁଛି ଯେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଦେଶବାସୀ ଐକ୍ୟ ବଦ୍ଧ ରହି ସେନା ବାହିନୀକୁ ସମର୍ଥନ କରିବେ ଏବଂ ଅପର ପକ୍ଷରେ ଯୁଦ୍ଧର ବିଭୀଷିକାମୟ ପ୍ରଚାର ଜନିତ ରାଜନୈତିକ ଅଭିସନ୍ଧି ବିରୁଦ୍ଧରେ ମଧ୍ୟ ସତର୍କ ରହିବାକୁ ହେବ । ଭଗତ୍ ସିଂ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଣୟନ କରି ଯୁବକ ମାନଙ୍କ ପାଇଁ ନିଯୁକ୍ତି ଗ୍ୟାରେଂଟି ଦେବା, ସମସ୍ତଙ୍କ ପାଇଁ ଏକ ପ୍ରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବା , ଦେଶର ସମ୍ପଦକୁ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦେବା ବନ୍ଦକରି କଳ କାରଖାନା ନିର୍ମାଣ କରିବା ଯୁବକ ମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ପଦପଦବୀ ପୁର୍ଣ୍ଣ କରିବା ,ଘରୋଇ କମ୍ପାନୀରେ ସଂରକ୍ଷଣ ଲାଗୁ କରିବା ପାଇଁ ଯୁବ ସଂଘ ଲଢେଇ ଜାରି ରଖିବ । ଦୀର୍ଘ ଦିନ ର ଦାବି ଜାତି ଭିତିକ ଜନ ଗଣନା କୁ ଶେଷରେ ମୋଦୀ ସରକାର ମାନିଛନ୍ତି , ତାକୁ ଆମେ ସ୍ୱାଗତ କରୁଥିଲା ବେଳେ ସେହି ଅନୁପାତରେ ସକଳ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ହେବ ବୋଲି ଯୁବ ସଂଘ ଦାବି କରିଛି। ଟଙ୍କା ଯାହାର , ଶିକ୍ଷା ତାହାର ନିତୀ ବନ୍ଦ କରି ସମସ୍ତଙ୍କ ପାଇଁ ସମାନ ସୁଯୋଗ ଦେବାକୁ ଦାବି ହୋଇଛି । ଦେଶର ସମସ୍ତ ସାମ୍ବିଧାନିକ ସଂସ୍ଥା କୁ ବିଜେପି ସରକାର କବଳିତ କରିଛି। ସମ୍ବିଧାନ ରକ୍ଷା କରିବା ଯୁବକ ମାନଙ୍କ ଦାୟିତ୍ୱ। ସିପିଆଇ ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ କାନୁନଗୋ ସମ୍ବୋଧିତ କରି କହିଛନ୍ତି ଯେ , କୋରାପୁଟ ଜିଲ୍ଲାରେ ସବୁକିଛି ଅଛି । ପ୍ରଚୁର୍ଯ୍ୟରେ ଭରପୁର ଅବିଭକ୍ତ କୋରାପୁଟ ଜିଲ୍ଲା ର ସମ୍ପଦକୁ ଆଦାନୀ ପରି ଶିଳ୍ପ ପତିଙ୍କ ହାତକୁ ଟେକି ଦିଆଯାଉଛି ଏପଟେ କୋରାପୁଟ ଓ ରାଜ୍ୟ ର ଯୁବକ ଦାଦନ ଖଟିବାକୁ ସୁଦୂର କେରଳ ତାମିଲନାଡୁ ଯାଉଛନ୍ତି। ଯୁବ ସଂଘ ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ସେଠୀ ରାଜନୈତିକ ଓ ସାଂଗଠନିକ ରିପୋର୍ଟ ଆଗତ କରି କୋରାପୁଟ ର ମାଳି ପର୍ବତ ଅଞ୍ଚଳରୁ ଆଦିବାସୀଙ୍କୁ ଉତଖାତ କରିବା ବିରୋଧରେ ଆନ୍ଦୋଳନ କୁ ସଫଳ କରିବା ପାଇଁ ପ୍ରସ୍ତାବ ଦେବା ସହ ନାଗେଶ୍ୱରୀ ପର୍ବତ ର ବାଲଡା ମାଇନ୍ସ କୁ ଆଦାନୀ କୁ ଦେବାକୁ ବିରୋଧ କରିଛନ୍ତି। ଏଚ୍ ଏ ଏଲ୍ ସୁନାବେଡ଼ା ରେ ଶ୍ରମିକ ମାନଙ୍କୁ ଇଏସ୍‌ଆଇ ପି ଏଫ୍ ସୁବିଧା ରୁ ବଂଚିତ କରିବା,ସେବା କାଗଜ କଳର ଶ୍ରମିକ ମାନଙ୍କୁ ଆଠ ମାସ ହେଲା ଦରମା ନାହିଁ, ଯେଉଁ ଯୁବକ ମାନଙ୍କୁ ନିଯୁକ୍ତି ମିଳିଛି ତଥ୍ୟ କିଛି ନାହିଁ, ଅବସରପ୍ରାପ୍ତ ଶ୍ରମିକ ଓ ମୃତ ଶ୍ରମିକଙ୍କୁ ବୈଧାନିକ ପାଉଣା ମଧ୍ୟ ମିଳୁନି, ଏସବୁ ବିରୁଦ୍ଧରେ ଯୁବ ସଂଘ ଆନ୍ଦୋଳନ କରିବ । ଆଗାମୀ ଜାତୀୟ ସମ୍ମିଳନୀ ପାଇଁ ପ୍ରତିନିଧି ଚୟନ ହେବା ପରେ ଯୁବ ସଂଘ ରାଜ୍ୟ ପରିଷଦ ଗଠନ କରା ଯାଇଛି। ସତ୍ୟ ନାରାୟଣ ମହାନ୍ତି ସଭାପତି ଓ କାମଦେବ ନାହାକ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। କୋରାପୁଟ ଜିଲ୍ଲା ର ଶ୍ରୀ କୁମର ଜାନୀ ଯୁଗ୍ମ ସମ୍ପାଦକ ରୁପେ ନିର୍ବାଚିତ ହୋଇଛନ୍ତି। ସମ୍ମିଳନୀକୁ ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ଯୁଧିଷ୍ଠିର ରାଉଳ,ତପନ ସିଟ୍‌, ସୁଶାନ୍ତ ସ୍ୱାଇଁ,କୁମର ଜାଲିଆ,ଦୟାମଣି ଗୋଲରୀ ପ୍ରମୁଖ ସମ୍ବୋଧିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande