ଜୟପୁର, ୮ ମଇ (ହି.ସ.)- ଲୁଟ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଓଡିଆ ମେଦ୍ରିସାହିର ରିଙ୍କୁ ବାଘ (୨୦) ।
ସୂଚନା ଅନୁଯାଇ, ଜୟପୁର ସହର ଆମ୍ବେଦକର ଛକ ଠାରେ ଜଣେ ବ୍ୟକ୍ତି ବସ ଚଢୁଥିବା ବେଳେ ଗତ ୫ .୪.୨୫ ତାରିଖରେ ୧୨ ହଜାର ୫ ଶହ ଟଙ୍କା ଲୁଟ ହୋଇଥିଲା । ଏନେଇ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଗତ ୯.୪.୨୫ ତାରିଖରେ ନାବାଳକକୁ କାବୁ କରି ଜୁଭେଲାଇନଜଷ୍ଟିସଙ୍କ ନିକଟରେ ହାଜର କରି ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥଲା । ଏହି ମାମଲାରେ ଜଡିତ ଅନ୍ୟ ଏକ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି