ନବନିର୍ମାଣ କୃଷକ ସଂଗଠନ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ସୁବର୍ଣ୍ଣପୁର, ୮ ମଇ (ହି.ସ.)- ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜରିଆରେ ଡୁଙ୍ଗୁରିପାଲି ବ୍ଲକ୍ ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସେମାନେ ଜଣାଇଛନ୍ତି ଯେ, ୧୦ ମଇ ରେ ହୀରାକୁଦ କେନାଲ ପାଣି ବନ୍ଦ ହୋଇଗଲେ ଅନେକ ଅଞ୍ଚଳ, ଯେଉଁଠାରେ ଧାନ ଚାଷ ଆରମ
ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ


ସୁବର୍ଣ୍ଣପୁର, ୮ ମଇ (ହି.ସ.)- ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜରିଆରେ ଡୁଙ୍ଗୁରିପାଲି ବ୍ଲକ୍ ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସେମାନେ ଜଣାଇଛନ୍ତି ଯେ, ୧୦ ମଇ ରେ ହୀରାକୁଦ କେନାଲ ପାଣି ବନ୍ଦ ହୋଇଗଲେ ଅନେକ ଅଞ୍ଚଳ, ଯେଉଁଠାରେ ଧାନ ଚାଷ ଆରମ୍ଭ ବିଳମ୍ବ ହେଇଥିଲା ଯଥା ଭିମଟିକିରା, ଅନ୍ଧାରିବାଞ୍ଜି, ବଡକର୍ଲେ, ପଣ୍ଡକିଟାଲ, ବେହେରାମାଲ୍, ରାମପୁର, ସମେଲେଇଚୁଁଆ ଆଦିରେ ଧାନ ଅପରିପକ୍ଵ ହେବ ଓ ତତ୍ଦ୍ଵାରା କଟନି ଛଟିନି ସମସ୍ୟା ବଢିବ ତଥା ଉତ୍ପାଦନ କମିବା ଦ୍ୱାରା ଚାଷୀ କ୍ଷତି ସହିବାର ସମ୍ଭାବନା ବଢିଯିବ । ଏଣୁ ଆସିଥିବା ଚାଷୀ ପ୍ରତିନିଧି ମାନେ କହିଛନ୍ତି ଜଳସେଚନର ଅବଧିକୁ ଅନ୍ୟୁନ ୨୦ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ତଦ୍ୱାରା ତଳିମୁଣ୍ଡ ର ଡୁଙ୍ଗୁରିପାଲି ଓ ବିନିକା ବ୍ଲକ୍ ର ଚାଷୀ ମାନେ ଉପକୃତ ହେବେ । ଆହୁରି ମଧ୍ୟ ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭପତି ପ୍ରଦ୍ୟୁମ୍ନ ପାଢ଼ୀ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଯେ, ବିଗତ ଅଦିନିଆ ବର୍ଷାରେ ଏହି ସବୁ ଅଂଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଆକଳନ କରିବା ପାଇଁ ଏଯାଏଁ କୌଣସି ଅଧିକାରୀ ଯାଇନାହାନ୍ତି ଭି ଏ ଡବ୍ଲୁ, ଆର୍ ଆଇ ଠୁ ଆରମ୍ଭ କରି ସବୁ ଅଧିକାରୀ ଏସି ରୁମ୍ ଭିତରୁ ଚାଷୀର ଭାଗ୍ୟ ସହ ଖେଳୁଛନ୍ତି । ସେମିତିରେ ବି କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ପ୍ରଦାନ, ଚାଷୀକୁ ଇନ୍ସୁରାନ୍ସ ଦେବା ଆଦିରେ ସୋନପୁର ଜିଲ୍ଲା ତଳ ପଟୁ ପ୍ରଥମ । ଏଣୁ ଶୀଘ୍ର ଆକଳନ ସହ ୨୦ ତାରିଖ ପର୍ଯ୍ୟନ୍ତ ଜଳସେଚନ ଅବଧି ବୃଦ୍ଧି ନକଲେ ସଂଗଠନ ତରଫରୁ ଭୀଷଣ ଆନ୍ଦୋଳନ କରିବାର ସେ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande