ଭୁବନେଶ୍ୱର, 8 ମେ (ହି.ସ.)
- ଓଡ଼ିଶାର
ଅନ୍ତର୍ଜାତୀୟ ଯୋଗାଯୋଗକୁ ପ୍ରୋତ୍ସାହିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜୁନ 2025ରୁ ଭୁବନେଶ୍ୱର ବିଜୁ
ପଟ୍ଟନାୟକ ଏୟାରପୋର୍ଟରୁ ଆବୁଧାବି ପାଇଁ ସିଧା ବିମାନ ସେବା ଆରମ୍ଭ ହେବ । ଏହି ଉଡାଣ କେନ୍ଦ୍ର
ସରକାରଙ୍କ ବିଲ୍ଡିଂ ମ୍ୟାନେଜମେଂଟ ଅଫ୍ ଏଭିଏସନ ଏସେଟ୍ସ ଆଣ୍ଡ ନେଟୱାର୍କ ପଦକ୍ଷେପ ଅନ୍ତର୍ଗତ
ଆରମ୍ଭ କରାଯାଉଛି ।
ଏହି ପଦକ୍ଷେପ କେନ୍ଦ୍ର
ସରକାରଙ୍କ ନୂଆ ଡେଷ୍ଟିନେସନ ନୀତିର ଅଂଶ ଅଟେ, ଯାହା ଉଦ୍ଦେଶ୍ୟ ଆଂଚଳିକ ଏୟାରପୋର୍ଟରୁ
ଅନ୍ତର୍ଜାତୀୟ ମାର୍ଗକୁ ଯୋଡି ବକାଶ ସଂପର୍କକୁ ସୁଦୃଢ କରିବା ଅଟେ ।
ମୁଖ୍ୟମନ୍ତ୍ରୀ
କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଏହାକୁ ଓଡ଼ିଶାକୁ ବୈଶ୍ୱିକ ମାନଚିତ୍ରରେ ଆଣିବା ଦିଗରେ ଏକ
ଐତିହାସିକ ପଦକ୍ଷେପ ବୋଲି କହିଛି ।
ଏକ୍ସରେ ପୋଷ୍ଟ କରି
ଲେଖାଯାଇଛି ଯେ, ମନ୍ଦିରର ସହରରୁ ଗ୍ଲୋବାଲ୍ ଗେଟୱେ ଯାଏ ! ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଙ୍କୁ ଏହି ଐତିହାସିକ ଏଭିଏସନ ପଦକ୍ଷେପ ପାଇଁ ଧନ୍ୟବାଦ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା