ବନ୍ଧୁମିଳନ ଉତ୍ସବ ରେ ନିଜର ସ୍ୱର୍ଗତ ବନ୍ଧୁପରିବାର କୁ ସହାୟତା
ପଟ୍ଟାମୁଣ୍ଡାଇ, ୦୧ ଜୁନ୍ (ହି.ସ. - ଆଜି ଡାମରପୁର ସ୍ଥିତ ହରେ କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟ ରେ ଦ୍ୱିତୀୟ ୨୦୦୨ ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ଗୁରୁ ପୂଜା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ୨୦୦୨ ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଯୋଗା ଦାନ କରି ଉପସ
Bandhumilan


ପଟ୍ଟାମୁଣ୍ଡାଇ, ୦୧ ଜୁନ୍ (ହି.ସ. - ଆଜି ଡାମରପୁର ସ୍ଥିତ ହରେ କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟ ରେ ଦ୍ୱିତୀୟ ୨୦୦୨ ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ଗୁରୁ ପୂଜା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ୨୦୦୨ ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଯୋଗା ଦାନ କରି ଉପସ୍ଥିତ ଗୁରୁ ମାନଙ୍କୁ ପ୍ରଥମେ ପୂଜା ଅର୍ଚନା କରିଥିଲେ ଓ ପରେ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏହି ସଭାକୁ ଛାତ୍ର ଶ୍ରୀ ସଚିତ୍ର କୁମାର ବେହେରା ଓ ଛାତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ନାୟକ ଯୁଗ୍ମ ଭାବେ ପରିଚାଳନା କରିଥିଲେ.. ଉକ୍ତ ସଭାରେ ନିମନ୍ତ୍ରିତ ଗୁରୁଜୀ ମାନଙ୍କ ମଧ୍ୟ ରେ ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ ଯଥା କରୁଣୀକର ଷଡ଼ଙ୍ଗୀ, ନାରାୟଣ ଚନ୍ଦ୍ର ପରିଡା, ରଘୁ ରାଉଳ, ଦର୍ପ ନାରାୟଣ ମାହୁନ୍ତ, ପର୍ଶୁରାମ ପରିଡ଼ା ଓ ଅବସର ପ୍ରାପ୍ତ ପିଅନ ଶ୍ରୀ ଗଜିନ୍ଦ୍ର ନାଥ, ଚୈତନ ବାରିକ ଓ ପଂଚାନନ ମଳିକ ଆଦି ଉପସ୍ଥିତି ଥିଲେ। ପ୍ରଥମେ ପ୍ରକୃତି ଉଦ୍ଦେଶ୍ୟରେ ଅତିଥି ମାନଙ୍କୁ ପୁଷ୍ପଗୁଛ ବଦଳରେ ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ ସହିତ ଉତରୀୟ ଅର୍ପଣ କରି ନିଆରା ଢଙ୍ଗରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଗୁରୁଜୀ ମାନେ ଏହି ବନ୍ଧୁ ମିଳନ ଜରିଆରେ କିପରି ସମାଜ ରେ ୍ୱା ଆମ ଆଖ ପାଖରେ ପାରିଲିକ୍ଷିତ ହେଉଥିବା ବିଭିନ୍ନ ସାମାଜିକ କାମ କରା ଯାଇ ପାରିବ ଓ ଆଗାମୀ ପିଢ଼ି କିପରି ଏହାକୁ ଦେଖି ଅନୁସରଣ କରିବ ସେଥି ପ୍ରତି ଯତ୍ନ ବାନ ହେବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ସଭାର କାର?୍ୟ୍ୟକ୍ରମ ମଧ୍ୟ ରେ ସମସ୍ତ ଛାତ୍ର ଛାତ୍ରୀ ପ୍ରତି ବର୍ଷ ୧ ଟି ଗଛ ରୋପଣ କରି ବାକୁ ଶପଥ ନେଇଥିଲେ ଓ ୨୦୦୨ ବ୍ୟାଚ ର ଛାତ୍ର ସ୍ୱର୍ଗତ ଶ୍ରୀ ମନୋଜ କୁମାର ମଳିକ, ଯାହାଙ୍କର ଅକାଳ ବିୟୋଗ ହେଇଥିଲା ତାଙ୍କର ଧର୍ମପତ୍ନୀ ଓ ୪ ଟି ନିଃସହାୟ ଝିଅ କୁ ୨୦୦୨ ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀଙ୍କ ତରଫରୁ ତାଙ୍କ ପରିବାର ଜୀବନ ଜୀବିକା ଉନ୍ନତି ପାଇଁ ଅର୍ଥରାଶି ଉପସ୍ଥିତି ଗୁରୁଜୀ ମାନଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ଓ ପହଲ ଗାଁଓ ରେ ପ୍ରାଣ ବଳି ଦେଇଥିବା ନିରୀହ ପର୍ଯ୍ୟଟକ, ସୀମାନ୍ତରେ ସହିଦ ହୋଇଥିବା ବୀର ଜୱାନ୍‌, ଦିବଂଗତ ଗୁରୁ ଓ ଛାତ୍ର ଙ୍କ ପାଇଁ ୧ ମିନିଟ ର ନିରବ ପାର୍ଥନା କରାଯାଇଥିଲା ଓ ସଭା ଶେଷରେ ଉପସ୍ଥିତ ଗୁରୁଜୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ବିଦ୍ୟାଳୟ ପରିସର ମଧ୍ୟ ରେ ବୃକ୍ଷ ରୋପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ପରମେଶ୍ୱର ଦାସ, ସୁନିଲ କୁମାର ପଣ୍ଡା, ନିର୍ମଳ କୁମାର ଦାଶ, କାଶୀନାଥ ବେହେରା, ଅମିତା ସୁତାର, ମାନସୀ ବିଶ୍ୱାଳ, ଉମେଶ କୁମାର ତରାଇ, ହଳଧର ସାହୁ, ମୋତିଲାଲ ସାହୁ, ରାଜେଶ ସିଅ, ଅଶୋକ ରାଉଳ, ପ୍ରକାଶ କର, ସୁମେନ୍ଦ୍ର ପରିଡ଼ା ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଛାତ୍ର ସୁମନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande