କମଳା ମହାରଣାଙ୍କ ବିୟୋଗ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, ୦୧ ଜୁନ (ହି.ସ.) - ଖଇରାବାଦ ଅଂଚଳର କମଳା ମହାରଣାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଶଂସିତ କେନ୍ଦ୍ରାପଡା ଜିଲ୍
କମଳା ମହାରଣାଙ୍କ ବିୟୋଗ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ଭୁବନେଶ୍ୱର, ୦୧ ଜୁନ (ହି.ସ.) - ଖଇରାବାଦ ଅଂଚଳର କମଳା ମହାରଣାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଶଂସିତ କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଂଚଳର କମଳା ମହାରଣାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀ ତିଆରି କରି ସେ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିପାରିଥିଲେ । ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବା ଦିଗରେ ତାଙ୍କର ପ୍ରେରଣାଦାୟୀ କାର୍ଯ୍ୟଗୁଡ଼ିକ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande