ଜୟପୁର, ୧ ଜୁନ୍ (ହି.ସ.) - ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ସଦର ଗ୍ରାମର ଇସ୍ରାଇସ ନାଗ (୨୫) । ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଯୁବତୀଙ୍କ ଏତଲା ଅନୁଯାୟୀ ଅଭିଯୁକ୍ତ ତାଙ୍କ ଗତ ଏକ ବର୍ଷ ପୂର୍ବେ ଖାତାଗୁଡାରେ ଫାଷ୍ଟର ରହିଥିବା ତାଙ୍କ ଦାଦାଙ୍କ ନିକଟକୁ ଯାଇଥିବା ବେଳେ ପୀଡିତାଙ୍କ ସହ ଅଭିଯୁକ୍ତ ଇସ୍ରାଇଲର ଦେଖା ସାକ୍ଷାତ ହୋଇଥିଲା । ଏହିପରି ଫୋନ ମାଧ୍ୟମରେ କଥାବାର୍ତା ସହ ଉଭୟ ପ୍ରେମ କରିଥିଲେ । ଏହାର ସୁଯୋଗ ନେଇ ଯୁବତୀଙ୍କ ଇଚ୍ଛା ବିରୁଦ୍ଧରେ ଅଭିଯୁକ୍ତ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଏଥିନେଇ ପୀଡିତା ବିବାହ କରିବାକୁ ଜିଦ୍ କରିଥିଲେ । ଏହିପରି ପୀଡିତ ବିବାହ କରିବାକୁ ଜିଦ୍ କରିଥିଲେ, କିନ୍ତୁ ଅଭିଯୁକ୍ତ ବିବାହ କରିବାକୁ ମନା କରିଥିବା ଯୋଗୁଁ ଶେଷରେ ପୀଡିତା ଥାନାର ଦ୍ୱାରସ୍ତ ହୋଇଥିଲେ । ମହିଳା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି