ଜୟପୁର ନାଗରିକ କମିଟିର ନିର୍ବାଚନ ସହ ସାଧାରଣ ପରିଷଦ ବୈଠକ
ଜୟପୁର, ୧ ଜୁନ୍ (ହି.ସ.)- ଜୟପୁର ନାଗରିକ କମିଟିର ନିବାଚନ ସହ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଛି । ନାଗରିକ ଭବନରେ ବୈଠକ ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତ ପଦବୀ ସହମତି ଭିତି
ଜୟପୁର ନାଗରିକ କମିଟିର ନିର୍ବାଚନ ସହ ସାଧାରଣ ପରିଷଦ   ବୈଠକ


ଜୟପୁର, ୧ ଜୁନ୍ (ହି.ସ.)- ଜୟପୁର ନାଗରିକ କମିଟିର ନିବାଚନ ସହ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଛି । ନାଗରିକ ଭବନରେ ବୈଠକ ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତ ପଦବୀ ସହମତି ଭିତିରେ ନିଷ୍ପତ୍ତି ହୋଇଛି । ସମ୍ପାଦକ ଜି.ଭି. ରେଡ୍ଡି ନିର୍ବାଚିତ ହୋଇଥିଲେ । ପୁରୁଣା ସଭ୍ୟ ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ । ନାଗରିକ କମିଟିର ସଭାପତି ଭାବେ ବିନୋଦିନି ସାନ୍ତ୍ରାପାତ୍ର, ଉପ ସଭାପତି ମଦନ ମୋହନ ନାୟକ, ଦେବେନ୍ଦ୍ର ବାହିନିପତି, ଭବାନି ଶଙ୍କର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ହରିହର କରସୁଧା ପଟ୍ଟନାୟକ, ନିଳାଞ୍ଚଳ ପ୍ରଧାନ ଓ ଜାନକି ପାଣିଗ୍ରାହୀ ରହିଥିବା ବେଳେ କୋଷାଧ୍ୟକ୍ଷ ରବି ନାରାୟଣ ନନ୍ଦ ମନୋନିତ ହୋଇଛନ୍ତି । ସେହିପରି ସଂଗଠନ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା ରହିଥିବା ୧୨ ଜଣ କାର୍ଯ୍ୟକାରି ସଦସ୍ୟ ରହିଛି । ସେମୋନେ ହେଲେ ସତ୍ୟବାନ ପଣ୍ଡା, କବିରାଜ ପରମେଶ୍ୱର ପାତ୍ର, ରତ୍ନାକର ଚୈଧୁରି, କେଦାର ନାଥ ବେହେରା, ନରସିଂହ ପାଣିଗ୍ରାହୀ, ଗୀତା ପ୍ରକାଶ ଚନ୍ଦ୍ର ମିଶ୍ର, ନରସିଂହ ଚୈଧୁରି, ଯାଦବ ସୁବୁଦ୍ଧି, ରାମ ନାୟକ, ଭିମସେନ ଅଗ୍ରୱାଲ, ଜି.ଭେଙ୍କଟଶ୍ୱର ରାଓ, ପି. ମହେଶ୍ୱର ରାଓ ରହିଛନ୍ତି । ସମ୍ପାଦକ ଭାବେ ଜି.ଭି. ରେଡ୍ଡି ନିର୍ବାଚିତ ହୋଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଭିମନ୍ୟୁ ଭଟ୍ଟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande