ନିଷିଦ୍ଧ ରାସ୍ତାରେ ଓଲଟିଲା ଲୁହାପଥର ବୋଝେଇ ଟ୍ରକ
ଚମ୍ପୁଆ, ୦୧ ଜୁନ୍ (ହି.ସ.) - ଚମ୍ପୁଆ ସାତକୁଟୁଣିଆ- ତୁରୁମୁଙ୍ଗା ନିଷିଦ୍ଧ ରାସ୍ତାର ଜ୍ୟୋତିପୁର ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଗାଡି ଓଲଟିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ
ରାସ୍ତା କଡରେ ଓଲଟିଥିବା ଟ୍ରକ


ଚମ୍ପୁଆ, ୦୧ ଜୁନ୍ (ହି.ସ.) - ଚମ୍ପୁଆ ସାତକୁଟୁଣିଆ- ତୁରୁମୁଙ୍ଗା ନିଷିଦ୍ଧ ରାସ୍ତାର ଜ୍ୟୋତିପୁର ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଗାଡି ଓଲଟିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ (ଗାଡି ନଂ ଓଡି୦୯ ଭି୧୬୧୫) ଭାରସ୍ୟାମ ହରାଇ ଜ୍ୟୋତିପୁର ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡିଟି ଓଲଟିବା ଯୋଗୁଁ ରାସ୍ତା କଡରେ ଥିବା ସୁରକ୍ଷା ବାଡ ଓ ଲାଗିଥିବା ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ କି, ପୂର୍ତ ବିଭାଗ ଅଧୀନସ୍ଥ ଚମ୍ପୁଆର ସାତକୁଟୁଣିଆ - ତୁରୁମୁଙ୍ଗା ରାସ୍ତାରେ ଭାରୀଯାନ ଚଳାଚଳ ନିଷିଦ୍ଧ ଥିବା ବେଳେ ଦୈନିକ ବହୁ ସଂଖ୍ୟାରେ ଖଣିଜ ବୋଝେଇ ଟ୍ରକ ଚଳାଚଳ କରୁଛନ୍ତି । ଉପଖଣ୍ଡ ସାଧାରଣ ଓ ପୁଲିସ ପ୍ରଶାସନର ନାକତଳେ ଏହି ରାସ୍ତାରେ ଅହରହ ଭାରିଜାନ ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । କିଛି ଦିନ ତଳେ ଏହି ରାସ୍ତାଟିର ପ୍ରଶସ୍ତିକରଣ ସହ ମରାମତି କାର୍ଯ୍ୟ ହୋଇଥିବା ବେଳେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦକୁ କଡାକଡି କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande