ଓମ୍ ଗଣେଶ ଫୁଏଲ୍ସ ଲୋକାର୍ପିତ
ଭୁବନ, ୦୧ ଜୁନ୍ (ହି.ସ. - ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଲିଝାଟି ଛକ ଠାରେ ଓମ୍ ଗଣେଶ ଫୁଏଲ୍ସ ( ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପ ଲୋକାର୍ପିତ ହୋଇଯାଇଛି । କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ସତ୍ୱାଧିକାରୀ ଥିବା ବେଳେ ଏହି ଲୋକାର୍ପଣ ଉତ୍ସବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସ
ଓମ୍ ଗଣେଶ ଫୁଏଲ୍ସ ଲୋକାର୍ପିତ


ଭୁବନ, ୦୧ ଜୁନ୍ (ହି.ସ. - ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଲିଝାଟି ଛକ ଠାରେ ଓମ୍ ଗଣେଶ ଫୁଏଲ୍ସ ( ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପ ଲୋକାର୍ପିତ ହୋଇଯାଇଛି । କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ସତ୍ୱାଧିକାରୀ ଥିବା ବେଳେ ଏହି ଲୋକାର୍ପଣ ଉତ୍ସବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ,ତହସିଲଦାର ଶୁଭଙ୍କର ମହାନ୍ତି,ଭୁବନ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଓ ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande