ଦୁଃଖୁନି ପେଣ୍ଠେଇ ପକ୍ୱାଘର ସ୍ୱପ୍ନ ପୂରଣହେବ ହେବ କେବେ
ଘଟଗାଁ, ୧ଜୁନ (ହି.ସ ) - ପୂର୍ବତନ ସରକାର ସମୟରେ ପକ୍ୱା ଘର ଖଣ୍ଡେ ପାଇବାର ସ୍ୱପ୍ନ ନେଇ ଆଶା ବାନ୍ଧି ଅପେକ୍ଷା କରିଥିଲେ ସୁଧା ପଞ୍ଜିକୃତ ହୋଇ ପାରିଲା ନାହିଁ ଦୁଃଖୁନି ପେଣ୍ଠେଇ ନାମ। ରାଜ୍ୟରେ ସରକାର ପରିବର୍ତନ ହେଲା ପୁଣି ମନରେ ଆଶା ସଂଚରିତ କରି ଭଙ୍ଗା ଘରେ ଚକା ଜହ୍ନ ଦେଖି ଅନାଇ ବସିଛନ୍ତି ଦାୟିତ
ଦୁଃଖୁନି ପେଣ୍ଠେଇ ପକ୍ଵାଘର ସ୍ବପ୍ନ ପୂରଣହେବ ହେବ କେବେ ।


ଘଟଗାଁ, ୧ଜୁନ (ହି.ସ ) - ପୂର୍ବତନ ସରକାର ସମୟରେ ପକ୍ୱା ଘର ଖଣ୍ଡେ ପାଇବାର ସ୍ୱପ୍ନ ନେଇ ଆଶା ବାନ୍ଧି ଅପେକ୍ଷା କରିଥିଲେ ସୁଧା ପଞ୍ଜିକୃତ ହୋଇ ପାରିଲା ନାହିଁ ଦୁଃଖୁନି ପେଣ୍ଠେଇ ନାମ। ରାଜ୍ୟରେ ସରକାର ପରିବର୍ତନ ହେଲା ପୁଣି ମନରେ ଆଶା ସଂଚରିତ କରି ଭଙ୍ଗା ଘରେ ଚକା ଜହ୍ନ ଦେଖି ଅନାଇ ବସିଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ।ପ୍ରକାଶ ଯୋଗ୍ୟ ଖବର ରୁ ଜଣା ପଡିଛି ଘଟଗାଁ ବ୍ଲକ ତରା ଗ୍ରାମପଂଚାୟତ ମଣତା ଗ୍ରାମର ଅସହାୟ ଦୁଃଖୁନି ପେଣ୍ଠେଇ ପୂର୍ବତନ ସରକାର ଅମଳରେ ପକ୍ୱାଘର ଖଣ୍ଡେ ପାଇବାରୁ ବଂଚତ ହୋଇ ରହିଥିଲେ। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଘରଖଣ୍ଡେ ପାଇବାର ଅନେକ ସ୍ୱପ୍ନ ଦେଖୁଥିଲେ ସୁଧା ଅନ୍ତୋର୍ଦୟ ଗୃହ ଯୋଜନାରେ ନାମ ଏପର୍ଯ୍ୟନ୍ତ ସାମିଲ ହୋଇ ନାହିଁ।ମୋହନ ସରକାର ଙ୍କ ଯୋଜନାରେ କୌଣସି ଯୋଗ୍ୟ ହିତାଧିକାରୀ ଗୃହ ଯୋଜନାରୁ ବାଦ ନପାଡିବା ଲାଗି ପ୍ରତି ପଂଚାୟତ ଗୁଡିକକୁ ତୃଣମୂଳ ସ୍ତରରୁ ଯାଂଚ କରିବା ଲାଗି ସୂତନ୍ତ୍ର ନିର୍ଦେଶ କରିଥିବା ବେଳେ ଯୋଜନାରୁ ବଂଚିତ ହୋଇଛନ୍ତି ଦୁଃଖୁନି ପେଣ୍ଠେଇ। ଅବଶ୍ୟ ଉକ୍ତ ପଂଚାୟତ ର ପଂଚାୟତ ନିର୍ବାହୀ ଅଧିକାରୀ ଘରକୁ ଘର ବୁଲି ଯାଂଚ କରୁଥିଲେ, କିନ୍ତୁ ଅସହାୟ ଦୁଃଖୁନି ପେଣ୍ଠେଇ ଘରକୁ ଆଉ ସମୟ ହେଲା ନାହିଁ। ଘର ସର୍ଭେର ଅନେକ ଦିନ ବିତିଯାଇଥିଲେ ସୁଧା ଏପର୍ଯ୍ୟନ୍ତ କୌଣସି ବାବୁଙ୍କର ଦେଖା ଦର୍ଶନ ମିଳୁ ନାହିଁ। ସତରେ କଣ ପୂର୍ବ ସରକାର ଙ୍କ ଆଶା ମୋହନ ସରକାର ଅମଳରେ ମଉଳି ଯିବ, ଅଧୁରା ରହିଯିବ ଦୁଃଖୁନି ପେଣ୍ଠେଇ ର ପକ୍ୱା ଘର ସ୍ୱପ୍ନ। ସାଧାରଣରେ ଏବେ ଆଲୋଚନା ସୃଷ୍ଟି ହେଉଛି ଆଗକୁ ସମୟ କହିବ ଡବଲ ଇଞ୍ଜିନ ସରକାର ରେ ଦୁଃଖୁନି ପେଣ୍ଠେଇ ସ୍ୱପ୍ନ ଅଧୁରା ରହିବ କି ପୂରଣ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande