ଭୁବନେଶ୍ୱର, ୧ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ସର୍ବାଧିକ ୯୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁର ଜିଲ୍ଲାର ବାମରାରେ ୪୩.୪ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଡ଼େରାବିଶରେ ୪୨.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ରେ ୩୯.୨ ମି.ମି., ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୩୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୩୭.୨ ମି.ମି., ପୁରୀ ଜିଲ୍ଲାର ନିମାପଡ଼ାରେ ୩୫.୪ ମି.ମି., ପିପିଲିରେ ୩୨.୩ ମି.ମି., ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୩୦.୨ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୨୮.୬ ମି.ମି., ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ ୨୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୨୨.୦ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୨୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ