କନ୍ଧମାଳ, ୧ ଜୁନ୍ (ହି.ସ.)- କନ୍ଧମାଳ ରଜ ମହୋତ୍ସବ ପାଳନ ଅବସରରେ ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଝିଅ ଓ ମହିଳା ମାନଙ୍କ ମଧ୍ୟରେ ଦଉଡ଼ି ଡିଆଁ, ପୁଚି, ମୋତି ମାଳି ଗୁନ୍ଥିବl, ଗୁପଚୁପ ଖାଇବା, ମ୍ୟୁଜିକ ଚେୟାର, ଲଡୁ ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜୁନ ୧୫ ତାରିଖ ସଭା ଗୃହ ଠାରେ ତିନିଦିନ ବ୍ୟାପୀ ଆୟୋଜିତ ରଜ ଉତ୍ସବରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ l
ସେହିପରି ଜୁନ ୧୩ରେ ନୃତ୍ୟ ଓ ଗୀତ ପ୍ରତିଯୋଗୀତା, ୧୪ରେ ମିସ୍ ରଜ କୁଇନ୍ ଓ ମିସେସ ରଜ କୁଇନ ପ୍ରତିଯୋଗୀତା ଓ ୧୫ରେ ପିଠା ଓ ମିଠା ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ କହିଛନ୍ତି l
ରବିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସମ୍ପଦକ୍ ଏମ ଡି ଚୀଷ୍ଟି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ସାମ୍ୱାଦିକ ସନ୍ତୋଷ ଦିଗାଲ, ସଂସ୍କୃତିକ ସମ୍ପାଦିକା ଶିବାନୀ ସୁଆର ପ୍ରମୁଖ ଙ୍କ ସମେତ ଅନିତା ପଟ୍ଟନାୟକ,ଶୁଭ୍ରl ପଟ୍ଟନାୟକ, ନୀହରିକା, ଶୁଭ ଦର୍ସନୀ, ଭାରତୀ ପଣ୍ଡା ଶ୍ରୀମତୀ ସ୍ୱାଗତିକା ପଟନାୟକ, ଶ୍ରୀମତୀ ରଞ୍ଜିତା ଦାଶ ପ୍ରମୁଖ ସୁପରିଚାଳନା କରିଥିଲେ । ପ୍ରାୟ ୧୨୨ ଜଣ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ