ଟାଟା ମୁଖ୍ୟ ହସ୍ପିଟାଲ, ନୂଆମୁଣ୍ଡି ତରଫରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ
ନୂଆମୁଣ୍ଡି , ୧ ଜୁନ୍ (ହି.ସ.)- ସମଗ୍ର ବିଶ୍ଵର ପରିବେଶ ଓ ଜନ ମାନବଙ୍କ ସ୍ବାସ୍ଥ୍ୟ ଅନୁପାତ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗଭୀର ଉଦବେଗ ପ୍ରକାଶ କରିଛି । ତେବେ ମାନବ ସମାଜର ସ୍ବାସ୍ଥ୍ୟ ବିପର୍ଯ୍ୟୟରେ ମାଦକ ଦ୍ରବ୍ୟ ଓ ତମାଖୁ ସେବନର ମୁଖ୍ୟ ପ୍ରତିବନ୍ଧକ ସାଜୁଥିବା ଯୋଗୁଁ ପ୍ରତିବର୍ଷ ମେ ୩୧ ତାରିଖକ
ଟାଟା ମୁଖ୍ୟ  ହସ୍ପିଟାଲ, ନୂଆମୁଣ୍ଡି ତରଫରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ-୨


ଟାଟା ମୁଖ୍ୟ  ହସ୍ପିଟାଲ, ନୂଆମୁଣ୍ଡି ତରଫରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ


ନୂଆମୁଣ୍ଡି , ୧ ଜୁନ୍ (ହି.ସ.)- ସମଗ୍ର ବିଶ୍ଵର ପରିବେଶ ଓ ଜନ ମାନବଙ୍କ ସ୍ବାସ୍ଥ୍ୟ ଅନୁପାତ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗଭୀର ଉଦବେଗ ପ୍ରକାଶ କରିଛି । ତେବେ ମାନବ ସମାଜର ସ୍ବାସ୍ଥ୍ୟ ବିପର୍ଯ୍ୟୟରେ ମାଦକ ଦ୍ରବ୍ୟ ଓ ତମାଖୁ ସେବନର ମୁଖ୍ୟ ପ୍ରତିବନ୍ଧକ ସାଜୁଥିବା ଯୋଗୁଁ ପ୍ରତିବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଉଅଛି । ଏହି ଅବସରରେ ଟାଟା ମୁଖ୍ୟ ହସ୍ପିଟାଲ, ନୂଆମୁଣ୍ଡି ତରଫରୁ କର୍ମଚାରୀ ଏବଂ ସମ୍ପ୍ରଦାୟର ହିତ ପାଇଁ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବସର ପ୍ରତ୍ୟୁଷରେ ହସ୍ପିଟାଲ ପରିସରରୁ ଏକ ଶୋଭାଯାତ୍ରା ସମଗ୍ର ବଜାର ଅଞ୍ଚଳ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ତମାଖୁ ବ୍ୟବହାର ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା । ଓଏମକ୍ୟୁ ଜି.ଏମ୍ ଅତୁଲ କୁମାର ଭଟ୍ଟ୍ନାଗର ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏଥିରେ ସମସ୍ତ ଡାକ୍ତର, ହସ୍ପିଟାଲ କର୍ମଚାରୀ, ସୁରକ୍ଷା କର୍ମଚାରୀ ଏବଂ ବିଭିନ୍ନ ବର୍ଗର କର୍ମଚାରୀ ଯୋଗ ଦେଇଥିଲେ । ଏହି ଅବସରରେ ତମାଖୁ ଅପବ୍ୟବହାର ଓ ଶରୀର ଉପରେ ଏହାର କୁ ପ୍ରଭାବ ସମ୍ପର୍କରେ ଓଏମକ୍ୟୁ ଜି.ଏମ୍ ଅତୁଲ କୁମାର ଭଟ୍ଟ୍ନାଗର ଏବଂ ସିଏମଓ ଡାକ୍ତର ଧୀରେନ୍ଦ୍ର କୁମାର ବିସ୍ତୃତ ସୂଚନା ଦେଇ ସଚେତନ କରାଇଥିଲେ । ଏହି ଅବସରରେ ଡାକ୍ତର ଅଶୋକ କୁମାର ମହାନ୍ତି ତମାଖୁ ସେବନର ଅପ ବ୍ଯବହାର ଓ ମୁଖଗହ୍ୱର କର୍କଟ ରୋଗ ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ଅବଗତ କରାଇଥିଲେ । ଶରୀର ଉପରେ ଧୂମପାନ ଏବଂ ତମାଖୁ ସେବନର କୁ- ପ୍ରଭାବରେ ମୁଖ କର୍କଟ, ଦାନ୍ତ ଓ ମାଢି ରୋଗ, ଫୁସଫୁସ, ଯକୃତ, ମୂତ୍ରାଶୟ କର୍କଟ, ହୃଦରୋଗ, ହୃଦଘାତ, ମସ୍ତିଷ୍କ ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ଡିପ୍ରେସନ, ନିଦ୍ରା ହୀନତା, ବନ୍ଧ୍ୟାତ୍ୱ, ଗର୍ଭପାତ ସହ ମହିଳା ଧୂମପାନକାରୀଙ୍କ କ୍ଷେତ୍ରରେ ଜନ୍ମଗତ ଶିଶୁ ଅସଙ୍ଗତି ଭଳି ସମସ୍ୟା ସମ୍ପର୍କରେ ସଚେତନ କରାଇଥିଲେ । 'ଆଜି ହିଁ ତମାଖୁ ଛାଡିବା' ଏକ ଦୃଢ଼ ନିଷ୍ପତ୍ତି ନେବାପାଇଁ ଉପସ୍ଥିତ ମହଲଙ୍କୁ ଉତ୍ସାହିତ କରାଇଥିଲେ ।

ଡାକ୍ତର ଅଶୋକ କୁମାର ମହାନ୍ତି, ଡାକ୍ତର ଟି. ସଢଙ୍ଗୀ, ଡାକ୍ତର କେ. ସି. ମୁର୍ମୁ ଏବଂ ଡାକ୍ତର ଏ. ଏସ. ଚାଟର୍ଜୀଙ୍କ ଦ୍ୱାରା ତମାଖୁ ବ୍ୟବହାର ବିରୁଦ୍ଧରେ ଏକ ଆକର୍ଷଣୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌। ବିଶେଷ କରି ସ୍ୱାସ୍ଥ୍ୟ, ପରିବେଶ, ସାମାଜିକ ଏବଂ ଅର୍ଥନୀତି ଉପରେ ତମାଖୁର ପ୍ରତିକୂଳ ପ୍ରଭାବ ଏବଂ ପ୍ରତିରୋଧକ ଦିଗ ଉପରେ ଆଲୋଚନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande