ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡୁଛି ପ୍ରତିଷେଧକ ବ୍ୟବସ୍ଥା ଶୁନ
ପୁରୀ, ୧ ଜୁନ୍ (ହି.ସ.) - ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ କ୍ୟାମେରା । ବାନାବାନ୍ଧିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ହେଲା ଭାଇରାଲ । ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନବାଚୀ । ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୌଣସି କଡା ପଦକ୍ଷେପ ନନେବାରୁ ବାରମ୍ବାର ଏପରି ଘଟଣା ଘଟ
ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡୁଛି ପ୍ରତିଷେଧକ ବ୍ୟବସ୍ଥା ଶୁନ


ପୁରୀ, ୧ ଜୁନ୍ (ହି.ସ.) - ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ କ୍ୟାମେରା । ବାନାବାନ୍ଧିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ହେଲା ଭାଇରାଲ । ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନବାଚୀ । ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୌଣସି କଡା ପଦକ୍ଷେପ ନନେବାରୁ ବାରମ୍ବାର ଏପରି ଘଟଣା ଘଟୁଛି । ମେ ୩୦ ତାରିଖ ସାମାଜିକ ଗଣମାଧ୍ୟମରେ ଜଣେ ଚୁନରା ସେବକ ଡ୍ରୋନକୁ ଚାହିଁ ନମସ୍କାର କରିବା ଓ ଚଉଦ ହାତିଆ ବାନା ବାନ୍ଧିବା ଦୃଶ୍ୟ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ପ୍ରଶାସନର ଆଂଟି ଡ୍ରୋନ ସିଷ୍ଟମ କେବଳ ଫାଇଲ ଭିତରେ ରହିଛି । ଚଉଦ ହାତିଆ ବାନା କେବଳ ମାନସିକଧାରୀ କେବଳ ଚୁନରା ସେବକଙ୍କ ଜରିଆରେ ନୀଳଚକ୍ରରେ ବନ୍ଧା ଯାଇଥାଏ । ଏହି ଡ୍ରୋନ ଟି ମାନସିକଧାରୀ କିମ୍ବା ଚୁନରା ସେବକ ଉଡାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କିଛିମାସ ପୂର୍ବେ ହରିଆଣା ହିସାର ଜ୍ୟୋତି ମାଲହୋତ୍ରା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ବିବାଦରେ ଛନ୍ଦି ହୋଇଥିଲେ । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡୁ ଥିବାରୁ ଏହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୨୦୨୫ ଜାନୁଆରୀ ୫ ତାରିଖରେ ଶ୍ରୀମନ୍ଦିର ଉପରେ ୭୫ ମିନିଟ ଧରି ଡ୍ରୋନ ଉଡିଥିଲା । ଜାନୁୟାରୀ ୨୦ ତାରିଖ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଜଣେ ସ୍ଥାନୀୟ ଯୁବକ ପୋଲିସ ହାତରେ ଧରାପଡିଥିଲେ । ମାର୍ଚ୍ଚ ୯ ତାରିଖରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଥିବାରୁ ସେ ସମ୍ପର୍କରେ ପୋଲିସ ଯାଂଚ କରିଥିଲା । ୨୦୨୪ ମସିହା ସେପ୍େଟମ୍ବର ୨୧ ତାରିଖରେ ଜ୍ୟୋତି ମାଲହୋତ୍ରା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଧରାପଡିବା ପରେ ପୋଲିସ ଅଣ୍ଡରଟେକିଂ ଲେଖି ଛାଡିଦେଇଥିଲା । ଏଣୁ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁ ଥିବାରୁ ଏହା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରୁଛି । ଭଏସ ଅଫ କମନମ୍ୟାନର ହେକ୍ଟର ମିଶ୍ର ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ସେଥିପ୍ରତି କେହି କର୍ଣପାତ କରୁନାହାନ୍ତି । ଶ୍ରୀମନ୍ଦିର ଚାରିପଟେ ଉଚ୍ଚ ଅଟ୍ଟାଳିକା ଥିବାରୁ ଛାତ ଉପରେ ଡ୍ରୋନ ଉଡାଇବା ସହଜ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ଉଚ୍ଚ ସ୍ତରୀୟ ବୈଠକରେ ଶ୍ରୀମନ୍ଦିରରେ ଆଂଟି ଡ୍ରୋନ ସିଷ୍ଟମ ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି ବାନାବନ୍ଧା ଭିଡିଓ ଭାଇରାଲ ଘଟଣାରେ ପ୍ରଶାସନ କି ପଦକ୍ଷେପ ନେଉଛି ବୋଲି ସହରରେ ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande