ଅସ୍ଥି ରୋଗ ନିବାରଣ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, ୦୧ ଜୁନ (ହି.ସ.) - ନୟାପଲ୍ଲୀ ଯୋଗଜିଲ୍ଲା, ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ୟରେ ଏକ ଦ୍ୱି-ଦିବସୀୟ ଅସ୍ଥି ରୋଗ ନିବାରଣ ଶିବିର ରେଣ୍ଟାଲ କଲୋନୀ ପାର୍କ ଯୋଗ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।ଶିବିର ପୂର୍ବରୁ ରେଣ୍ଟାଲ କଲୋନୀରେ ଏକ ପ୍ରଭାତଫେରି ର ଆୟୋଜନ କରାଯାଇ ଯୋଗ ଦ୍ୱାରା ଓଷ୍ଟିଓଆର୍ଥା
ଅସ୍ଥି ରୋଗ ନିବାରଣ ଶିବିର ଅନୁଷ୍ଠିତ


ଭୁବନେଶ୍ୱର, ୦୧ ଜୁନ (ହି.ସ.) - ନୟାପଲ୍ଲୀ ଯୋଗଜିଲ୍ଲା, ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ୟରେ ଏକ ଦ୍ୱି-ଦିବସୀୟ ଅସ୍ଥି ରୋଗ ନିବାରଣ ଶିବିର ରେଣ୍ଟାଲ କଲୋନୀ ପାର୍କ ଯୋଗ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।ଶିବିର ପୂର୍ବରୁ ରେଣ୍ଟାଲ କଲୋନୀରେ ଏକ ପ୍ରଭାତଫେରି ର ଆୟୋଜନ କରାଯାଇ ଯୋଗ ଦ୍ୱାରା ଓଷ୍ଟିଓଆର୍ଥାଇଟିସ୍‌, ଆର୍ଥାଇଟିସ୍‌, ଆଣ୍ଠୁ, ଅଣ୍ଟା, ବେକ, ଆଦି ରୋଗ ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ, ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଓଡ଼ିଶା ପ୍ରାନ୍ତ ପ୍ରଧାନ ସୁରେଶ କୁମାର ମହାପାତ୍ର ଶିବିର ଉଦଘାଟନ କରିଥିଲେ ଏବଂ ଯୋଗ ଦ୍ୱାରା ସୁନ୍ଦର, ନିରୋଗ ଜୀବନ ଯାପନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ।

ପ୍ରାନ୍ତ ସଦସ୍ୟା ମଞ୍ଜୁଳା ମିଶ୍ର ଅସ୍ଥି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଦ୍ୟପେୟ, ଦିନଚର୍ଯ୍ୟା ଉପରେ ଆଲୋକପାତ କରିବା ସହ ଶିବିରାର୍ଥୀଙ୍କର ଅନେକ ସମସ୍ୟାର ଯୋଗଦ୍ୱାରା ସମାଧାନ ବତାଇଥିଲେ । ଜିଲ୍ଲା ପ୍ରଧାନ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ଉପ ପ୍ରଧାନ ରାମ କିଶୋର ଶର୍ମା, ଜିଲ୍ଲା ମନ୍ତ୍ରୀ ଜ୍ୟୋତିର୍ମୟ ରଥ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଜୟଶ୍ରୀ ପଣ୍ଡା ଓ ପ୍ରମୁଖ ଅଧିକାରୀମାନେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ଅଭ୍ୟାସ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାଧକ, ସାଧିକା ଓ ଜନସାଧାରଣ ଯୋଗଦେଇ ଶିବିରକୁ ସଫଳ କରାଇଥିଲେ । ଶୁଭ୍ରସୀମା ମହାନ୍ତି ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande