ପ୍ରାକ୍ତନ ଶିକ୍ଷାବିତ୍‌ଙ୍କ ବିୟୋଗରେ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଶୋକ
ଧର୍ମଶାଳା,୧ ଜୁନ୍‌(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ପ୍ରାକ୍ତନ ପ୍ରଧାନଶିକ୍ଷକ ,ବରିଷ୍ଠ ମୁରବି ତଥା ଅଣ କଂଗ୍ରେସ ରାଜନୀତିରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ଶ୍ୟାମସୁନ୍ଦର ପାଢୀଙ୍କର ଶନିବାର ବିଳମ୍ବିତ ରାତିରେ ବାସଭବନ ପରିସରରେ ପରଲୋକ ହୋଇଯାଇଛି । ପରଲ
ପ୍ରାକ୍ତନ ଶିକ୍ଷାବିତ୍‌ଙ୍କ ବିୟୋଗରେ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଶୋକ


ଧର୍ମଶାଳା,୧ ଜୁନ୍‌(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ପ୍ରାକ୍ତନ ପ୍ରଧାନଶିକ୍ଷକ ,ବରିଷ୍ଠ ମୁରବି ତଥା ଅଣ କଂଗ୍ରେସ ରାଜନୀତିରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ଶ୍ୟାମସୁନ୍ଦର ପାଢୀଙ୍କର ଶନିବାର ବିଳମ୍ବିତ ରାତିରେ ବାସଭବନ ପରିସରରେ ପରଲୋକ ହୋଇଯାଇଛି । ପରଲୋକ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତେବେ ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଖବର ପାଇ ତାଙ୍କ ବାସଭବନରେ ସ୍ଥାନୀୟ ଅଂଚଳର ବରିଷ୍ଠ ମୁରବି,ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା,ଯୁବ ସଂଗଠକ,ଅବସରପ୍ରାପ୍ତ କର୍ମଚାରୀ ସଂଘ,ଘରୋଇ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଓ ବ୍ୟବସାୟ ପ୍ରତିଷ୍ଠାନର ସଭ୍ୟମାନେ ପଂହଚି ଶେଷ ଦର୍ଶନ କରି ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇଥିଲେ । ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ,ପୂର୍ବତନ ବିଧାୟିକା ସୁନନ୍ଦା ଦାସ,ବରିଷ୍ଠ ନେତା ଦେବେନ୍ଦ୍ର ଦାସ , ଦେବାଶିଷ ନାୟକ ଓ ଶିକ୍ଷା ସମାଜ ସଭାପତି ଯୁଧିଷ୍ଠିର ଖଟୁଆ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଅନ୍ୟ ପକ୍ଷେ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ,ହିନ୍ଦ୍ ମଜଦୁର ସଭା ରାଜ୍ୟ ସମ୍ପାଦକ ପ୍ରଦିପ ଦାସ,ଜିଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ପ୍ରଫୁଲ୍ଲ ଗିରି, ଅନୀଲ ରାଉତ, ମହେଶ୍ୱରପୁର ସରପଂଚ ଝରଣା ପାତ୍ର,ପୂର୍ବତନ ସରପଂଚ ଅକ୍ତର ଅଲ୍ଲୀ(ଆବୁଲା),ସାମାଜିକ କର୍ମୀ ହେମନ୍ତ ସାହୁ,ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ବିଶ୍ୱନାଥ ପଣ୍ଡା,ପୂର୍ବତନ ସରପଂଚ ଅମୂଲ୍ୟ ପାତ୍ର ,ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ ,ରାକେଶ ଦେଓ ,ସେକ୍ ଅବୁସାଏମା ଓ ନଟବର ସାହୁଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପଂହଚି ଶେଷ ଦର୍ଶନ କରିଥିଲେ । ଅପରାହ୍ନରେ ତାଙ୍କ ମର ଶୀରରକୁ ଏକ ବିଶାଳ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରିବା ପରେ ଗାଁ ଶ୍ମଶାସନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ତାଙ୍କ ବଡପୁଅ ସୁବାସ ଚନ୍ଦ୍ର ପାଢୀ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ପାଢୀ ୨୦୦୦ ମସିହାରେ କାକୁଡିକୁଦ ଉପ୍ରା ବିଦ୍ୟାଳୟରୁ ଚାକିରୀକାଳରୁ ଅବସର ନେଇଥିଲେ । ପରେ ସେ ବିଭିନ୍ନ ଅନଷ୍ଠାନ ସହ ଜଡିତ ଥିଲେ ।ଅଣ କଂଗ୍ରେସ ରାଜନୀତିରେ ତାଙ୍କ ବେଶ୍ ସୁସମ୍ପର୍କ ରହିଥିଲା । ବିଶେଷ କରି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,ଜାହ୍ନକି ବଲ୍ଲଭ ପଟ୍ଟନାୟକ,ବାଙ୍କ ବିହାରୀ ଦାସ,ବିଜୟ ମହାପାତ୍ର,ରବିଲାବଣ୍ୟ ଓ କଳ୍ପତରୁ ଦାସଙ୍କର ବେଶ ନିକଟତର ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande