ଭଦ୍ରକ, ୧୦ ଜୁନ୍ (ହି.ସ.) - ବେଆଇନ ବାଲି ଚାଲାଣ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଖଣି ବିଭାଗ ସକ୍ରିୟ ହୋଇ ପଡ଼ିଛି। ସୂଚନା ଅନୁଯାୟୀ ଧୁଷୁରି ଥାନା ଅଧୀନ ଅଂଚଳରେ ପ୍ରବାହିତ ବୈତରଣୀ ଓ କୋଚିଳା ନଦୀ ର ବିଭିନ୍ନ ସ୍ଥାନ ରେ ବେନିୟମ ଭାବେ ବାଲି ଘାଟ ଖୋଳା ଯାଇ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଓ ଅହରହ ବାଲି ଚାଲାଣ ହୋଇ ଆସୁଛି। ମାତ୍ର ଗଣମାଧ୍ୟମରେ ଏ ଖବର ଆସିବା ପରେ ଖଣି ବିଭାଗ ନିଜର ତତ୍ପରତା ଦେଖାଇଛି। ଖଣି ବିଭାଗ ଅଧିକାରୀ ସୌମ୍ୟ ରଞ୍ଜନ ଦ୍ୱିବେଦୀ ଙ୍କ ନେତୃତ୍ୱ ରେ ବୈତରଣୀ ଅବବାହିକା ରୁ ବେଆଇନ ଭାବେ ଚୋରା ବାଲି ଉଠା ଯାଉଥିବା ବେଳେ ଚଢ଼ାଉ କରାଯାଇ ୪ ଟ୍ରାକ୍ଟର ଓ ଗୋଟିଏ ପଥର ବୋଝେଇ ଟିପର ଜବତ କରା ଯାଇ ଧୁଷୁରି ଥାନା ରେ ଅଟକ ରଖା ଯାଇଛି। ଫଳରେ ଚୋରା ବାଲି ଚାଲାଣ କରୁଥିବା ଲୋକ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜବତ ହୋଇଥିବା ଟ୍ରାକ୍ଟର ଗୁଡ଼ିକ ଓ ଟିପର ଠାରୁ ଜୋରିମାନା ଲଗାଯାଇଛି। ପଥର ବୋଝେଇ ଟିପର ଉପରେ ୭୫ ହଜାର, ଟ୍ରାକ୍ଟର ଉପରେ ୫୩ ହଜାର ଜୋରିମାନା ଆଦାୟ ହୋଇ ଗାଡ଼ି ଗୁଡ଼ିକ ଛଡ଼ା ଯାଇଥିବା ବେଳେ ଅନ୍ୟ ୩ ଟି ଟ୍ରାକ୍ଟର ଉପରେ ୨ ଲକ୍ଷ,୭୬ ହଜାର ଓ ୮୭ ହଜାର ଜୋରିମାନା ଲଗାଯାଇ ଧୂଷୁରି ଥାନା ରେ ଅଟକ ରଖା ଯାଇଛି। ଚଢ଼ାଉ ସମୟରେ ଧୁଷୁରି ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଖଣି ବିଭାଗ ଅଧିକାରୀ ସୌମ୍ୟ ରଞ୍ଜନ ଦ୍ୱିବେଦୀ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।ଏହିପରି ଭାବେ ଆଗକୁ ମଧ୍ୟ ଚଢାଉ ଜାରି ରହିବ ବୋଲି ଖଣି ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ