ନାଗସାପ ଚୋଟରେ ଗଲା ୪ ବର୍ଷ ଶିଶୁପୁତ୍ରର ଜୀବନ
ଭଦ୍ରକ, ୧୦ ଜୁନ୍ (ହି.ସ.) - ନିଜ ଶ୍ୱଶୁରଘରକୁ ସପରିବାର ଯାଇଥିବା ଜଣେ ଯୁବକର ୪ ବର୍ଷର ପୁତ୍ର ଖେଳୁଥିବା ସମୟରେ ନାଗସାପ ଦଂଶନରେ ମୃତ୍ୟୁବରଣ କରିଛି। ଏ ସଂପର୍କରେ ଯାହା ଜଣାଯାଏ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତ ବନ୍ତଳା ଗ୍ରାମନିବାସୀ ପ୍ରଦୀପ ପ୍ରଧାନ ନିଜର ପତ୍ନୀ ଓ ୪ ବ
SNAKE BITE 4 YEARS CHIELD DEATH


ଭଦ୍ରକ, ୧୦ ଜୁନ୍ (ହି.ସ.) - ନିଜ ଶ୍ୱଶୁରଘରକୁ ସପରିବାର ଯାଇଥିବା ଜଣେ ଯୁବକର ୪ ବର୍ଷର ପୁତ୍ର ଖେଳୁଥିବା ସମୟରେ ନାଗସାପ ଦଂଶନରେ ମୃତ୍ୟୁବରଣ କରିଛି। ଏ ସଂପର୍କରେ ଯାହା ଜଣାଯାଏ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତ ବନ୍ତଳା ଗ୍ରାମନିବାସୀ ପ୍ରଦୀପ ପ୍ରଧାନ ନିଜର ପତ୍ନୀ ଓ ୪ ବର୍ଷର ଶିଶୁପୁତ୍ର ସହ ଶ୍ୱଶୁରଘର ସେଣ୍ଢତିରାକୁ ୨ ଦିନ ପୂର୍ବରୁ ଯାଇଥିଲେ। ଗତକାଲି ଦିନ ପ୍ରାୟ ୪ଟା ସମୟରେ ସମସ୍ତେ ଘରେ ବସିଥିବା ସମୟରେ ପିଲାଟି ଅନ୍ୟପିଲାଙ୍କ ସହ ଖେଳୁଥିଲା। ହଠାତ୍ ପଛପଟୁ ଏକ ନାଗସାପ ଆସି ତାର ଅଂଟାକୁ ଚୋଟ ମାରିଥିଲା। ଫଳରେ ପରିବାର ଲୋକେ ଏହା ଦେଖି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରୁ ଡାକ୍ତରମାନେ ଗେଲପୁରସ୍ଥିତ ନୂତନ ଜିଲା ଚିକିତ୍ସାଳୟର ଶିଶୁ ବିଭାଗକୁ ପଠାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ସ୍ନେକ୍ ହେଲ୍ପଲାଇନ୍‌ରୁ ସଦସ୍ୟ ଯାଇ ଉକ୍ତ ନାଗସାପଟିକୁ ଉଦ୍ଧାର କରିଥିବାର ଜଣାପଡିଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande