ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳରେ ସଡକ ଦୁର୍ଘଟଣା,ନବନିବାହିତ ଦମ୍ପତି ସମେତ ପାଞ୍ଚଜଣଙ୍କ ମୃତ୍ୟୁ
ଜୟପୁର 11 ଜୁନ(ହି.ସ)-ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ ଘଟିଛି।ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ଦୌସା -ମନ
ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳରେ ସଡକ ଦୁର୍ଘଟଣା,ନବନିବାହିତ ଦମ୍ପତି ସମେତ ପାଞ୍ଚଜଣଙ୍କ ମୃତ୍ୟୁ


ଜୟପୁର 11 ଜୁନ(ହି.ସ)-ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ

ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ

ଘଟିଛି।ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ଦୌସା

-ମନୋହରପୁର ଜାତୀୟ ରାଜପଥ(ଏନଏଚ(148)ର ଭଟକାବାସ ଗ୍ରାମ ନିକଟରେ ସକାଳ ପ୍ରାୟ 6:10 ସମୟରେ ହୋଇଥିଲା।ପୋଲିସ ଅନୁସାରେ ଦ୍ରୁତ ଗତି ଟ୍ରକ(କ୍ୟାଣ୍ଟର) ଏବଂ ଜିପ (ତୁଫାନ)

ମୁହାଁମୁହିଁ ଧକ୍କା ହୋଇଛି।ଧକ୍କା ଏତେ ଜୋରଦାର ଥିଲା ଯେ ଜିପଟି ଖଣ୍ଡଖଣ୍ଡ ହୋଇଥିଲା ଏବଂ ମୃତଦେହଗୁଡିକ ଗାଡି ଭିତରେ ଗଭୀର ଭାବରେ

ଫସି ରହିଥିଲା। ପୋଲିସ ଅଧୀକ୍ଷକ (ଜୟପୁର ଗ୍ରାମୀଣ )ଆନନ୍ଦ ଶର୍ମାଙ୍କ ଅନୁସାରେ ,ଦୁର୍ଘଟଣାରେ

ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି।ରାୟସର ଥାନାଧିକାରୀ ରଘୁବୀର କହିଛନ୍ତି ଯେ ଜିପରେ ମଧ୍ୟପ୍ରଦେଶରୁ

ଫେରୁଥିବା ପ୍ରାୟ 14ରୁ 15 ବାରାତୀ ଥିଲେ। ସେମାନଙ୍କ ମଧ୍ୟରେ ନବବିବାହିତ ଦମ୍ପତି,ପରିବାର

ସଦସ୍ୟ ଏବଂ ସମ୍ପର୍କୀୟ ଥିଲେ।ଅଧିକାଂଶ ଯାତ୍ରୀ ଦୁର୍ଘଟଣା ସମୟରେ ଶୋଇପଡିଥିଲେ।ଧକ୍କା ପରେ

ରାଜପଥରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଲମ୍ବା ଜାମ ହୋଇଥିଲା।ସୁଚନା ପାଇବା ପରେ ପୋଲିସ

ପହଁଞ୍ଚି ଆହତଙ୍କୁ ତୁରନ୍ତ ନିମ୍ସ ହସ୍ପିଟାଲ ,ଜୟପୁର

ପଠାଇଥିଲା।ସେଠାରେ ଆହତମାନଙ୍କ ଚିକିତ୍ସା ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande