ଦେଶରେ କରୋନା ଆକ୍ଟିଭ କେସ 7ହଜାର ପାର୍, 24 ଘଂଟାରେ 6ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-ଦେଶରେ କରୋନାର ସକ୍ରିୟ ମାମଲା ସଂଖ୍ୟା 7 ହଜାର ଅତିକ୍ରମ କରିଛି। ବୁଧବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନୂଆ ତଥ୍ୟ ଅନୁସାରେ, ଗତ 24 ଘଣ୍ଟାରେ 306ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶବ୍ୟାପୀ
ଦେଶରେ କରୋନା ଆକ୍ଟିଭ କେସ 7ହଜାର ପାର୍, 24 ଘଂଟାରେ 6ଜଣଙ୍କ ମୃତ୍ୟୁ


ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-ଦେଶରେ କରୋନାର ସକ୍ରିୟ ମାମଲା ସଂଖ୍ୟା 7 ହଜାର ଅତିକ୍ରମ କରିଛି।

ବୁଧବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନୂଆ ତଥ୍ୟ ଅନୁସାରେ,

ଗତ 24

ଘଣ୍ଟାରେ 306ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶବ୍ୟାପୀ ସକ୍ରିୟ ମାମଲାର ସଂଖ୍ୟା

ବଢ଼ି 7,121 ହୋଇଯାଇଛି।

ମନ୍ତ୍ରାଳୟ ଅନୁସାରେ, ଗତ 24 ଘଣ୍ଟାରେ 6 ଟି ମୃତ୍ୟୁ ରେକର୍ଡ

ହୋଇଛି । ଏହି 6ଟି ମୃତ୍ୟୁରୁ 3ଟି କେରଳରୁ, 2ଟି କର୍ଣ୍ଣାଟକରୁ ଓ ଗୋଟିଏ

ମହାରାଷ୍ଟ୍ରରୁ ଥିବା ସୂଚନା ମିଳିଛି । ଏହି ସମୟ ଅବଧିରେ 929 ଜଣ କରୋନାରୁ ସୁସ୍ଥ ମଧ୍ୟ

ହୋଇଛନ୍ତି।

ରାଜ୍ୟ ଅନୁସାରେ ଦେଖିଲେ, କେରଳରେ ସବୁଠାରୁ ବେଶି 2,223 ସକ୍ରିୟ ମାମଲା ଅଛି। ଗତ

24 ଘଣ୍ଟାରେ 170 ଟି ନୂଆ ମାମଲା ସହିତ ଏଠାରେ ସବୁଠାରୁ ବେଶି ନୂଆ ସଂକ୍ରମଣ ରେକର୍ଡ ହୋଇଛି।

ଗୁଜରାଟରେ 114 ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ଫଳରେ ଏଠାରେ ସକ୍ରିୟ

ମାମଲାର ସଂଖ୍ୟା 1,223 କୁ ପହଞ୍ଚିଛି। ଦିଲ୍ଲୀରେ ମଧ୍ୟ କରୋନା ମାମଲାରେ ବୃଦ୍ଧି

ଦେଖାଯାଇଛି ଓ ସକ୍ରିୟ ମାମଲା 757 କୁ ବଢ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande