କଂଗ୍ରେସରୁ ନିଷ୍କାସିତ ହେଲେ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହ
ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-କଂଗ୍ରେସ ବୁଧବାର ଦିନ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ପାର୍ଟିର ଅନୁଶାସନାତ୍ମକ ମାମଲା ସମିତିର ମହାସଚିବ ତାରିକ ଅନ୍ୱର ଏହା ସମ୍ବନ୍ଧରେ ଏକ ବିବୃତ୍ତି
କଂଗ୍ରେସରୁ ନିଷ୍କାସିତ ହେଲେ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହ


ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-କଂଗ୍ରେସ ବୁଧବାର ଦିନ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହଙ୍କ ଭାଇ

ଲକ୍ଷ୍ମଣ ସିଂହଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ପାର୍ଟିର

ଅନୁଶାସନାତ୍ମକ ମାମଲା ସମିତିର ମହାସଚିବ ତାରିକ ଅନ୍ୱର ଏହା ସମ୍ବନ୍ଧରେ ଏକ ବିବୃତ୍ତି ଜାରି

କରିଛନ୍ତି । ଏଥିରେ କୁହାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ପ୍ରଦେଶର ପୂର୍ବତନ

ବିଧାୟକ ଲକ୍ଷ୍ମଣ ସିଂହଙ୍କୁ ତତ୍କାଳ ପ୍ରଭାବରେ ୬ ବର୍ଷ ପାଇଁ ନିଷ୍କାସନ କରିଛନ୍ତି। ପାର୍ଟି

ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏହା କରାଯାଇଛି।

କଂଗ୍ରେସ ପକ୍ଷରୁ ଏହି ସଂପର୍କ କୌଣସି ସୂଚନା ଦିଆଯାଇନି ଯେ, ସେମାନେ କେଉଁ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଷ୍କାସିତ କରିଛନ୍ତି , କିନ୍ତୁ ନିକଟରେ ସେ କିଛି ଏମିତି ବିବୃତ୍ତି ଦେଇଥିଲେ ଯାହା କଂଗ୍ରେସ

ଆଲାକମାନକୁ ଅସହଜ କରିଦେଇଥିଲା । ସେ ପାର୍ଟି ନେତୃତ୍ୱର ଅପରିପକ୍ୱତା ବିଷୟରେ କଥା କହିଥିଲେ।

ସେ ଅପରେସନ୍ ସିନ୍ଦୂର ପରେ ରବର୍ଟ ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଟିପ୍ପଣୀ

ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande