ସାମ୍ବା, 11 ଜୁନ୍ (ହି.ସ.)-ଜମ୍ମୁ ନିକଟ ସାମ୍ବା ଜିଲ୍ଲାର ନଡ୍ ଗାଁରେ ଗ୍ରାମବାସୀମାନେ ଦୁଇଜଣ ସନ୍ଦିଗ୍ଧ
ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସୂଚନା ଦେବା ପରେ ବୁଧବାର ସୁରକ୍ଷାବଳ ତଲାଶି ଅଭିଯାନ ଆରମ୍ଭ
କରିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ତଲାସୀ ଅଭିଯାନ ଜାରି ରହିଛି,
କିନ୍ତୁ
ଏପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ କୌଣସି ସୂଚନା ମିଳିନାହିଁ । ସେ କହିଛନ୍ତି ଯେ କିଛି ଗ୍ରାମବାସୀ
ରାତିରେ ଏକ ସ୍କୁଲ ନିକଟରେ ସନ୍ଦେହଜନକ ବ୍ୟକ୍ତିମାନଙ୍କୁ ଦେଖିଥିଲେ ଏବଂ ପୋଲିସକୁ ସୂଚନା
ଦେଇଥିଲେ। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ତୁରନ୍ତ ପୋଲିସ ଓ ସେନାର
ସଂଯୁକ୍ତ ଦଳ ଦ୍ୱାରା ଘେରି ଦିଆଯାଇଛି ଏବଂ
ସକାଳରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା