ଭାରତ- ଆମେରିକା ଟ୍ରେଡ୍ ଡିଲ୍‌ରେ ଜଟିଳତା, ଆମେରିକାର ଚାପ ମାନିବାକୁ ମନା କଲା ଭାରତ
ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-ଭାରତ ଓ ଅମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ ଡିଲ ନେଇ କିଛି ପ୍ରସଙ୍ଗକୁ ନେଇ ମାମଲା ଅଟକିଥିବା ଜଣାପଡିଛି । 4 ରୁ 10 ଜୁନ୍‍ ପର୍ଯ୍ୟନ୍ତ ଭାରତ ଓ ଆମେରିକାର ପ୍ରତିନିଧିମାନେ ଦିଲ୍ଲୀରେ ବ୍ୟାପାର ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନ
ଭାରତ- ଆମେରିକା ଟ୍ରେଡ୍ ଡିଲ୍‌ରେ ଜଟିଳତା, ଆମେରିକାର ଚାପ ମାନିବାକୁ ମନା କଲା ଭାରତ


ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)-ଭାରତ ଓ ଅମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ ଡିଲ ନେଇ କିଛି ପ୍ରସଙ୍ଗକୁ

ନେଇ ମାମଲା ଅଟକିଥିବା ଜଣାପଡିଛି । 4 ରୁ 10 ଜୁନ୍‍ ପର୍ଯ୍ୟନ୍ତ ଭାରତ ଓ ଆମେରିକାର

ପ୍ରତିନିଧିମାନେ ଦିଲ୍ଲୀରେ ବ୍ୟାପାର ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା

କରିଛନ୍ତି। ଏହା ପରେ ଆମେରିକୀୟ ପ୍ରତିନିଧିମଣ୍ଡଳର କିଛି ସଦସ୍ୟ ଫେରିଯାଇଛନ୍ତି,

ଅନ୍ୟ

କିଛି ସଦସ୍ୟ ଏପର୍ଯ୍ୟନ୍ତ ଭାରତୀୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।

ଖବର ଅନୁସାରେ କୃଷି, ଡାଏରୀ,

ମେଡିକାଲ

ଏବଂ ଡିଜିଟାଲ ସେବାକୁ ନେଇ ଭାରତ ଆମେରିକାର ଦାବିକୁ ସଂପୂର୍ଣ୍ଣ ଭାବରେ ଅସ୍ୱୀକାର କରିଛି। ଆମେରିକା

ଏହି ଷ୍ଟେକର୍ସକୁ ଖୋଲିବା ପାଇଁ ଚାପ ସୃଷ୍ଟି କରୁଛି, କିନ୍ତୁ ଭାରତ ଏଭଳି

କରିବାକୁ ମନା କରିଦେଇଛି। ଭାରତୀୟ ପକ୍ଷର ମତ ଅନୁସାରେ, ଭାରତ ଓ ଆମେରିକା ମଧ୍ୟରେ

ହେବାକୁ ଥିବା ଟ୍ରେଡ ଡିଲ ସଂପୂର୍ଣ୍ଣ ଭାବରେ ସନ୍ତୁଳିତ ହେବା ଉଚିତ,

ଯାହା

ଦ୍ୱାରା ଦୁଇ ଦେଶର ହିତକୁ ସମାନ ଭାବରେ ଧ୍ୟାନ ଦିଆଯିବ।

ଭାରତ ଓ ଆମେରିକା—ଦୁଇ ଦେଶ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର

ଦ୍ୱାରା ଆରମ୍ଭ ହୋଇଥିବା ଟାରିଫ୍ ନୀତିକୁ ଧ୍ୟାନରେ ରଖି ଟ୍ରେଡ ଡିଲ୍ କରିବାକୁ ଚାହୁଁଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ରେସିପ୍ରୋକଲ୍ ଟାରିଫ୍ ଉପରେ 8 ଜୁଲାଇ ପର୍ଯ୍ୟନ୍ତ

ରୋକ ଲାଗାଇଛନ୍ତି। ଏହି କାରଣରୁ ଦୁଇ ଦେଶର ପ୍ରତିନିଧିମଣ୍ଡଳ 8 ଜୁଲାଇ ପূର୍ବରୁ ଟ୍ରେଡ ଡିଲ୍ କୁ ଅନ୍ତିମ ରୂପ

ଦେବାକୁ ଚାହୁଁଛନ୍ତି, ଯାହା ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା

ବାଣିଜ୍ୟ ଉପରେ କୌଣସି ପ୍ରଭାବ ନ ପଡ଼ୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande