ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 12 ଜୁନ୍ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ୍ ଗୁରୁବାର ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖଦ ସମୟରେ ସାରା ଦେଶ ପ୍ରଭାବିତ ଲୋକମାନଙ୍କ ସହ ରହିଛ
ଅହମଦାବାଦ ବିମାନ     ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, 12 ଜୁନ୍ (ହି.ସ.)- ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ୍ ଗୁରୁବାର ଅହମଦାବାଦରେ ଘଟିଥିବା ବିମାନ

ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖଦ ସମୟରେ ସାରା

ଦେଶ ପ୍ରଭାବିତ ଲୋକମାନଙ୍କ ସହ ରହିଛି ।

ରାଷ୍ଟ୍ରପତି ଏକ୍ସରେ

ପୋଷ୍ଟରେ କହିଛନ୍ତି ଯେ, ଅହମଦାବାଦରେ

ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଖୁବ୍ ଦୁଃଖିତ। ଏହା ଏକ ହୃଦୟବିଦାରକ ବିପଦ ଅଟେ।

ମୋର ସମବେଦନା ଓ ପ୍ରାର୍ଥନା ପ୍ରଭାବିତ ଲୋକମାନଙ୍କ ସହ ଅଛି। ଏହି ଅବର୍ଣ୍ଣନୀୟ ଦୁଃଖ ସମୟରେ

ସାରା ଦେଶ ସେମାନଙ୍କ ସହ ରହିଛି।

ଉପରାଷ୍ଟ୍ରପତି

ଏକ୍ସରେ ପୋଷ୍ଟରେ କହିଛନ୍ତି ଯେ, 'ଅହମଦାବାଦରେ

ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆମକୁ ଏକ ବିନାଶକାରୀ ମାନବୀୟ ଦୁଃଖଦ ଘଟଣା ସମ୍ମୁଖୀନ

କରିଦେଇଛି। ମୋର ସମବେଦନା ଓ ପ୍ରାର୍ଥନା ସେହି ସମସ୍ତଙ୍କ ସହ ଅଛି ଯେଉଁମାନେ ଏହି ଘଟଣାରେ

ପ୍ରଭାବିତ ହୋଇଛନ୍ତି। ଏହି ଦୁଃଖଦ ସମୟରେ ସାରା ଦେଶ ସେମାନଙ୍କ ସହ ଏକତ୍ରିତ ହୋଇ ରହିଛି।'

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande