ଗଞାମ, ୧୩ ଜୁନ୍ (ହି.ସ.) - ଗୁପ୍ତା ଇଭେଂଟ ମ୍ୟାନେଜମେଂଟ ପକ୍ଷରୁ ବ୍ରହ୍ମପୁର ୟୁସିପି ଇଂଜିନିୟରିଂ ସ୍କୂଲ ପଡିଆରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଆରମ୍ଭ ହୋଇଛି । ଏହି ମେଳାରେ ଦେଶ ବିଦେଶର ବହୁ ସାମଗ୍ରୀ ସମ୍ଭାର ଷ୍ଟଲମାନ ଖୋଲାଯାଇଛି । ମେଳାରେ ୨୨ଟି ରାଜ୍ୟ ଓ୧୦ ଦେଶ ଅଂଶ ଗ୍ରହଣ କରିଛନ୍ତି । ଏହି ମେଳା ଆସନ୍ତା ୨୩ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି କଂପାନୀର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ