ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ
ଭୁବନ, ୧୩ ଜୁନ୍ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଥିଲେ ଯେ , କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରା
ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ -୧


ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ


ଭୁବନ, ୧୩ ଜୁନ୍ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଥିଲେ ଯେ , କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନ ବାସୀଙ୍କୁ ଏହି ସ୍ବାସ୍ଥ୍ୟ ସେବା ହେଉଛି ରଜ ଭେଟି । ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ସକାଳ ୮ ରୁ ଦିନ ୧୧ ଏବଂ ଅପରାହ୍ନ ୫ଟା ରୁ ରାତ୍ର ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଭୁବନ ଓ ଆଖପାଖ ଅଞ୍ଚଳର ଲୋକମାନେ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପାଇପାରିବେ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଡା. ରମେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ, ସସ୍ମିତା ସାହୁ (ଡି ପି ଏମ), ଗଗନ ବିହାରୀ ସାହୁ (ଡି ଏ ଏମ), ଦୀପକ କୁମାର ସ୍ବାଇଁ (ଏ ପି ଏମ )ଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande