ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବଲାଙ୍ଗିର, ୧୩ ଜୁନ୍ (ହି.ସ.) - ବଲାଙ୍ଗୀର ଜିଲ୍ଲା ସ୍ଥିତ ପ୍ରାକୃତିକ ପ୍ରଶିକ୍ଷଣ ଅନୁଷ୍ଠାନର ଦ ହ୍ୟୁମାନ ଡେଭଲପମେଂଟ ଆନୁକୁଲ୍ୟରେ ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଂଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏଫ୍ ଇ ଏସ ର ମାଷ୍ଟର ଟ୍ରିନର ଡକ୍ଟର୍ ଅଭୟ ତ୍ରିପାଠୀ ମୁଖ୍ୟ
ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯକ୍ରମ।


ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯକ୍ରମ।


ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯକ୍ରମ।


ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯକ୍ରମ।


ବଲାଙ୍ଗିର, ୧୩ ଜୁନ୍ (ହି.ସ.) - ବଲାଙ୍ଗୀର ଜିଲ୍ଲା ସ୍ଥିତ ପ୍ରାକୃତିକ ପ୍ରଶିକ୍ଷଣ ଅନୁଷ୍ଠାନର ଦ ହ୍ୟୁମାନ ଡେଭଲପମେଂଟ ଆନୁକୁଲ୍ୟରେ ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଂଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏଫ୍ ଇ ଏସ ର ମାଷ୍ଟର ଟ୍ରିନର ଡକ୍ଟର୍ ଅଭୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ ଏବଂ କାର?୍ୟକ୍ରମ ର ସଫଳ ରୂପାୟନ ପାଇଁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକଲ୍ପ ସଂଯୋଜକ ଜଗଦୀଶ ନାୟକ,ସହ ସାଯୋଜକ ମୁକେଶ ଯୋଶୀ ଉପସ୍ଥିତ ରହି ତଳିମର୍ôଥ ମାନଙ୍କୁ ନିଜ ଗାଁ ରେ ସଫଳ କରିବାକୁ ଗୁରୁତ୍ୱ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ଆଗଲପୁର ଓ ଲୋଇସିଂହା ବ୍ଲକ ର ୪୦ ଜଣ ସି ଆର୍ ପି ଅଂଶଗ୍ରହଣ କରିଥିଲେ।ତାଲିମ୍ ଦାତା ଭାବେ ଜନ୍ମଜୟ ଯୋଶୀ,ଇନ୍ଦୁଭୁସନ୍ ମଲ୍ଲିକ ଓ ଡକ୍ଟର ଅଭୟ ତ୍ରିପାଠୀ ପ୍ରାକୃତିକ କୃଷି କଣ ,ପ୍ରାକୃତିକ କୃଷି ର ଉପାଦାନ, ମୃତିକା ଓ ଜଳ ର ସଂରକ୍ଷଣ ଏବଂ ,ପରିଚାଳନା ,ବିହନ ବିଶୋଧନ, ଓ ଉପଚାର, ପ୍ରାକୃତିକ ପଦ୍ଧତି ଦ୍ୱାରା ରୋଗ,ପୋକ ନିୟନ୍ତ୍ରଣ , ପର୍ଯ୍ୟାୟ ଫସଲ, ସବୁଜ ସାର, ଜୀବାଣୁ ସାର, ମୃତିକା ସ୍ୱାସ୍ଥ୍ୟ କାର୍ଡ,ପ୍ରାକୃତିକ ଜୀବାଣୁ ସାର ପ୍ରୟୋଗରେ ସି ଆର୍ ପି ମାନଙ୍କର ଭୂମିକା,ଦାୟିତ୍ୱ ଓ କର୍ତବ୍ୟ ଉପରେ ଆଲୋଚନା କରିଥିଲେ। ତାଲିମ୍ ପରିଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚନ୍ଦ୍ର ସେଠୀ ,ଯୋଜନା ଅଧିକାରୀ ସୁଧାକର ନନ୍ଦ ଓ ସୁନନ୍ଦା ସାହୁ ଉପସ୍ଥିତ ରହି ପ୍ରାକୃତିକ କୃଷି ର ଉଦ୍ଦେଶ୍ୟ ଉପରେ ଓ ପରିବେଶ ପାଇଁ ପ୍ରାକୃତିକ କୃଷି ର ଆବଶ୍ୟକତା ଉପରେ ଆଗଲପୁର ଓ ଲୋଇସିଂହା ବ୍ଲକ୍ ର ନିଜ ଅଂଚଳରେ ସଫଳ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande