ଶାଢୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମ ହତ୍ୟା
ଚମ୍ପୁଆ, ୧୩ ଜୁନ୍ (ହି.ସ.) - ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ପରେ ପିନ୍ଧା ଶାଢ଼ୀରେ ବେକରେ ଫାଶୀ ଲଗାଇ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଚମ୍ପୁଆ ଥାନା ବଡନଈ ଗ୍ରାମର ପ୍ରଭାତ ଲୋହାରଙ୍କ ସ୍ତ୍ରୀ ସୁମିତ୍ରା ଲୋହାର(୩୬) । ମିଳିଥିବା ଖବର ଅନୁସାରେ ଗତ ରାତି ପ୍ରଭାତ ଓ ସୁମିତ୍ରାଙ୍କ ଭି
ଶାଢୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମ ହତ୍ୟା


ଚମ୍ପୁଆ, ୧୩ ଜୁନ୍ (ହି.ସ.) - ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ପରେ ପିନ୍ଧା ଶାଢ଼ୀରେ ବେକରେ ଫାଶୀ ଲଗାଇ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଚମ୍ପୁଆ ଥାନା ବଡନଈ ଗ୍ରାମର ପ୍ରଭାତ ଲୋହାରଙ୍କ ସ୍ତ୍ରୀ ସୁମିତ୍ରା ଲୋହାର(୩୬) । ମିଳିଥିବା ଖବର ଅନୁସାରେ ଗତ ରାତି ପ୍ରଭାତ ଓ ସୁମିତ୍ରାଙ୍କ ଭିତରେ କୌଣସି କାରଣରୁ କଳହ ହୋଇଥିଲା । କଳହ ପରେ ସ୍ୱାମୀ ସ୍ତ୍ରୀ ସବୁଦିନ ଭଳି ଖାଇପିଇ ଶୋଇଥିଲେ । ତେବେ ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ପ୍ରଭାତ ଉଠିବା ପରେ ସୁମିତ୍ରା ଶୋଇବା ଘରେ ନ ଥିବା ଦେଖିବାକୁ ପାଇଥିଲେ। ପ୍ରଭାତ ନିଜ ବଡ଼ ପୁଅ ସଙ୍ଗେ ମିଶି ଖୋଜାଖୋଜି କରି ସୁମିତ୍ରାଙ୍କୁ ବାଡ଼ି ପଟ କୋଳି ଗଛରେ ନିଜ ପିନ୍ଧା ଶାଢୀରେ ଫାଶୀ ଲଗାଇ ଝୁଲୁଥିବା ଦେଖିଥିଲେ । ସେଠାରୁ ସୁମିତ୍ରାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande