ଲକ୍ଷ୍ନୌ, 14 ଜୁନ୍ (ହି.ସ.)- ଉତ୍ତର ପ୍ରଦେଶ ପୋଲିସରେ କନଷ୍ଟେବଳ ନାଗରିକ ପୋଲିସର 60,244ଟି ପଦରେ ଚୟନିତ ପ୍ରାର୍ଥୀଙ୍କୁ
15 ଜୁନ ତାରିଖରେ ନିଯୁକ୍ତି ପତ୍ର ବିତରଣ କରାଯିବ। ଡିଫେନ୍ସ ଏକ୍ସପୋ ଗ୍ରାଉଣ୍ଡରେ ଆୟୋଜିତ ହେବାକୁ
ଥିବା ସମାରୋହରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦୋର ଭାବେ ଚାଲିଛି। ପୋଲିସ
ମହାନିର୍ଦେଶକ ରାଜୀବ କୃଷ୍ଣ ଶନିବାର ଦିନ ଡିଫେନ୍ସ ଏକ୍ସପୋ ଗ୍ରାଉଣ୍ଡରେ ପହଞ୍ଚି କାର୍ଯ୍ୟକ୍ରମ
ସ୍ଥଳର ନିରୀକ୍ଷଣ କରିଛନ୍ତି।
ପୋଲିସ ମହାନିର୍ଦେଶକ ରାଜୀବ କୃଷ୍ଣ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଡିଫେନ୍ସ ଏକ୍ସପୋ
ଗ୍ରାଉଣ୍ଡରେ ନୂତନ ଚୟନିତ ପୋଲିସ କନଷ୍ଟେବଳଙ୍କୁ ନିଯୁକ୍ତି ପତ୍ର ବିତରଣ ସମାରୋହ ପାଇଁ ଭବ୍ୟ
ପ୍ରସ୍ତୁତି ଚାଲିଛି। ଚୟନିତ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି। ପ୍ରତ୍ୟେକ
ଜିଲ୍ଲାର କୋଣ ଅନୁକୋଣରୁ ଚୟନିତ ପ୍ରାର୍ଥୀ ଲକ୍ଷ୍ନୌରେ ପହଞ୍ଚିବେ। ଏଥିପାଇଁ ଜିଲ୍ଲାରୁ
ପରିବହନ ବ୍ୟବସ୍ଥା ସମୁଚିତ ଭାବେ କରାଯାଇଛି। ସେମାନଙ୍କର ରହିବା, ଖାଇବା ଓ ଗରମକୁ ଧ୍ୟାନରେ
ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଆୟୋଜନକୁ ସଫଳ କରିବା ପାଇଁ ସମସ୍ତ ବିଭାଗର
ଅଧିକାରୀମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା