ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଓଡ଼ିଶାର ଗଣ ପର୍ବ ‘ରଜ’ର ଶୁଭକାମନା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ପରମ୍ପରା, ପ୍ରକୃତି, ଧରିତ୍ରୀ ଓ ନାରୀତ୍ୱକୁ ସମ୍ମାନ ଜଣାଇବାର
ଅନନ୍ୟ ପରମ୍ପରା ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପର୍ବ
ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା