ଭୁବନେଶ୍ୱର, 19 ଜୁନ
(ହି.ସ.) ବର୍ଷକର ବିକାଶକୁ ସହି ନପାରି ବିଜେଡ଼ି ଅସହିଷ୍ଣୁ ହୋଇପଡିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
। ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ଦେଇ ଶ୍ରୀ ସାମଲ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି, ସେମାନଙ୍କର ନୈତିକତା ନାହିଁ । ତାଙ୍କ ସମୟରେ ଯାହା ହୋଇଛି ଲୋକ
ଦିବାଲୋକରେ ଦେଖିଛନ୍ତି । ସେ ବିଷୟରେ ଆଲୋଚନା ନକରିବା ଭଲ । ସତ୍ୟର ସହ କାର୍ଯ୍ୟନୁଷ୍ଠାନ ଲୋକ
ବର୍ଷକରେ ଦେଖି ସାରିଲେଣି । ଅପରାଧରେ ଜାତି, ଧର୍ମ, ବର୍ଣ୍ଣ ନାହିଁ । ଆଇନ ତା ରାସ୍ତାରେ ଯିବ । ସବୁ ମାମଲାରେ
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ବର୍ଷ ପୁର୍ତ୍ତିରେ ସରକାରଙ୍କ
ମହୋତ୍ସବ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ସହି ପାରୁନି ବିଜେଡ଼ି । ଅସହିଷ୍ଣୁ ହୋଇ ବିରୋଧୀ । ଔଷଧ ରାଗରେ ତାଟିଆ କାମୁଡୁଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ