ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୧୭୮.୮ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ସମେତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୧୭୮.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୧୫୨.୦ ମି.ମି., ଚାନ୍ଦୁଆରେ ୧୪
ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୧୭୮.୮ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ସମେତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୧୭୮.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୧୫୨.୦ ମି.ମି., ଚାନ୍ଦୁଆରେ ୧୪୭.୦ ମି.ମି., ଜାମଶୋଳାଘାଟରେ ୧୨୮.୪ ମି.ମି., ସାରସକଣାରେ ୧୨୧.୦ ମି.ମି., ଯାମଦାରେ ୧୧୮.୦ ମି.ମି., କୁସୁମିରେ ୧୧୫.୦ ମି.ମି., ଯଶିପୁରରେ ୧୧୪.୬ ମି.ମି., ବାଙ୍ଗିରିପୋଷିରେ ୧୦୨.୦ ମି.ମି., ରାଇରଙ୍ଗପୁରରେ ୧୦୦.୬ ମି.ମି., ବିଜାତଳାରେ ୯୮.୦ ମି.ମି., ଶୁକ୍ରୁଳିରେ ୯୨.୪ ମି.ମି. ଏବଂ ଚନ୍ଦନପୁର ୯୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande