ଭୁବନେଶ୍ୱର, 19 ଜୁନ୍ (ହି.ସ.)- ଗୋପାଳପୁର
ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜି ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଗୋପାଳପୁର
ଥାନାରେ ପହଞ୍ଚିଛନ୍ତି ।ଗଣଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗକୁ ନେଇ ଆଜି ମଧ୍ୟ ଘାଣ୍ଟିବ
କ୍ରାଇମବ୍ରାଞ୍ଚ ।ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରେ କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ଟିମ ଗୋପାଳପୁର
ଥାନାରୁ କିଛି କାଗଜପତ୍ର ଥାନାରୁ ନେଇଥିବା ଜଣାପଡିଛି । ଗଣଦୁଷ୍କର୍ମ ଘଟଣାର କିଛି ସାକ୍ଷୀଙ୍କୁ ପଚରାଉଚରା କରିବା ପାଇଁ
କ୍ରାଇମବ୍ରାଞ୍ଚ ଟିମ ଯାଇଥିବା ସୂଚନା ମିଳିଛି ।ଦୁଇଟି କ୍ରାଇମବ୍ରାଞ୍ଚର ଟିମ୍ ଗୋପାଳପୁର ଅଞ୍ଚଳରେ ଡେରା ପକାଇଛି ।ଗତ ରବିବାର ରାତିରେ
ଜଣେ ଯୁବତୀଙ୍କୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ହୋଇଥିଲା ଗଣଦୁଷ୍କର୍ମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା