ଡାଇରିଆ ପାଇଁ ସ୍କୁଲରେ ସ୍ୱଚ୍ଛତା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର, 19 ଜୁନ୍ (ହି.ସ.) - ଡାଇରିଆ ଡର ଭିତରେ କାଲି ଖୋଲିବ ସ୍କୁଲ । ତେଣୁସରକାରଙ୍କୁ ଡାଇରିଆ ଚିନ୍ତା ଘାରିଛି। ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତି ନେବେ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ୍ ରଖିପାରିବେ ଜିଲ୍ଲ
ଡାଇରିଆ ପାଇଁ ସ୍କୁଲରେ     ସ୍ୱଚ୍ଛତା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ


ଭୁବନେଶ୍ୱର, 19 ଜୁନ୍ (ହି.ସ.)

- ଡାଇରିଆ ଡର

ଭିତରେ କାଲି ଖୋଲିବ ସ୍କୁଲ । ତେଣୁସରକାରଙ୍କୁ ଡାଇରିଆ

ଚିନ୍ତା ଘାରିଛି। ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତି ନେବେ

ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ୍ ରଖିପାରିବେ ଜିଲ୍ଲାପାଳ ବୋଲି

ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଆକ୍ୱାଗାର୍ଡ ନ ଥିବା ସ୍କୁଲ୍

ମାନଙ୍କରେ ପିଲାଙ୍କୁ ଫୁଟା ପାଣି ପିଇବା ପାଇଁ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପାଚିକା

ମାନେ ମଧ୍ୟାହ୍ନ ଭୋଜନ ରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବା ପାଇଁ କୁହାଯାଇଛି। ହଷ୍ଟେଲରେ ବି ଗ୍ରହଣ ହେବ ସମାନ ବ୍ୟବସ୍ଥା। ସ୍କୁଲ୍

ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ

ଗୁରୁତ୍ବ ଦିଆଯାଇଛି । ସ୍କୁଲ ବାହାରେ ଫାଷ୍ଟ ଫୁଡ଼ ଦୋକାନ ବନ୍ଦ ରହିବ । ଅଭିଭାବକ ମାନଙ୍କୁ

ସ୍କୁଲକୁ ଡାକି ସଚେତନ କରାଯିବ । ବିଦ୍ୟାଳୟର ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଗଣଶିକ୍ଷା

ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande