ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଯୋଜନା ବୈଠକ
ଭୁବନେଶ୍ୱର, 2 ଜୁନ୍ (ହି.ସ.)କେନ୍ଦ୍ରରେ ମୋଦି ସରକାର ଙ୍କ 11 ବର୍ଷ ଓ ରାଜ୍ୟରେ ବିଜେପି ସରକାରର 1 ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ବିଜେପି କାର୍ଯ୍ୟକର୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବେ । ଏ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକ ପରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ. ଜୁନ 9ରୁ ରାଜ୍ୟ ବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ । ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ଏବଂ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱ ମାନେ ସାମ୍ବାଦିକ ସମ୍ମିଳନୀ କରିବେ । ଏହାସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନେ ଆଲୋଚନା ଚକ୍ରରେ ଭାଗ ନେବେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ସହ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ଡବଲ ଇଞ୍ଜିନ ସରକାରର ସୁଫଳ ରାଜ୍ୟବାସୀ କେତେ ପାଉଛନ୍ତି । ମୋଦି ସରକାରଙ୍କ 11 ବର୍ଷ ଶାସନରେ ହୋଇଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର 1 ବର୍ଷ ଭିତରେ ପୂରଣ ହୋଇଥିବା ପ୍ରତିଶ୍ରୁତି ବାବଦରେ ଲୋକଙ୍କୁ ଜଣାଇବ ଦଳ । ଏହାସହ 78 ବର୍ଷ ଭିତରେ କଂଗ୍ରେସ ଏବଂ ବିଜେଡ଼ି କେମିତି ଓଡ଼ିଶା ପଛକୁ ନେଇଗଲେ, ତାହାର ତଥ୍ୟ ମଧ୍ୟ ଲୋକଙ୍କ ଆଗରେ ରଖିବେ କର୍ମକର୍ତ୍ତା । ସେହିପରି କେନ୍ଦ୍ରରେ 50 ବର୍ଷର ୟୁପିଏ ସରକାରର ଅପକୀର୍ତ୍ତି ଏବଂ କୁଶାସନ ବାବଦରେ ଜନସାଧାରଣଙ୍କ ପାଖରେ କହିବ ବିଜେପି । ରାଜ୍ୟରେ ବିଜେଡିର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଲୋକ ଭୋଗିଥିବା ଦୁର୍ଦ୍ଦଶା କଥା ମଧ୍ୟ ଆଲୋଚନା କରାଯିବ । ଡବଲ ଇଞ୍ଜିନ ସରକାର ଆସିବା ପରେ କେନ୍ଦ୍ରୀୟ ଯୋଜନା ରୂପାୟନର ସୁଫଳ କଥା କହିବ ବିଜେପି । ସଂକଳ୍ପ ପତ୍ରର ପ୍ରତିଶ୍ରୁତିର ହିସାବ ମଧ୍ୟ ଦେବ ଦଳ । କୌଣସି 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଯେମିତି ଆୟୁଷ୍ମାନ ଭାରତ ବାୟୋବନ୍ଦନା ଯୋଜନାରୁ ବଞ୍ଚିତ ନାହେବେ ସେ ନେଇ ମଧ୍ୟ ସଚେତନ କରାଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ