ବ୍ରାହ୍ମଣ ମହାସଭାର କାର୍ଯ୍ୟକାରୀ ବୈଠକ
ବଲାଙ୍ଗିର, ୨ ଜୁନ୍ (ହି.ସ.)- ବିଶ୍ୱ ବ୍ରାହ୍ମଣ ଦିବସର ଅଭିନନ୍ଦନ ସହ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବ୍ରାହ୍ମଣ ମହାସଭାର ୨୦୨୫ ପାଇଁ ସ୍ମରଣିକା ପ୍ରସ୍ତୁତି, ପର୍ଶୁରାମ
ବ୍ରାହ୍ମଣ ମହାସଭା ର କାର୍ଯ୍ୟକାରୀ ବୈଠକ


ବଲାଙ୍ଗିର, ୨ ଜୁନ୍ (ହି.ସ.)-

ବିଶ୍ୱ ବ୍ରାହ୍ମଣ ଦିବସର ଅଭିନନ୍ଦନ ସହ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବ୍ରାହ୍ମଣ ମହାସଭାର ୨୦୨୫ ପାଇଁ ସ୍ମରଣିକା ପ୍ରସ୍ତୁତି, ପର୍ଶୁରାମ ଜୟନ୍ତୀ ୨୦୨୫ ର ଆୟବ୍ୟୟ ବିବରଣୀ, ନୂତନ ସଭ୍ୟ ସଂଗ୍ରହର ତାରିଖ ନିର୍ଦ୍ଧାରଣ, ବ୍ରାହ୍ମଣ ସମାଜ ସଭ୍ୟ ତାଲିକା ପ୍ରସ୍ତୁତି ଏବଂ ବ୍ରାହ୍ମଣ ସଭ୍ୟଙ୍କ ପାଇଁ ପରିଚୟପତ୍ର ର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।

ଉକ୍ତ ବୈଠକରେ ସମାଜର ଉପଦେଷ୍ଟା ନିଳମଣି ମିଶ୍ର, ବରିଷ୍ଠ ସଭ୍ୟ ଗିରିଧାରୀ ଶତପଥି, ଶ୍ୟାମ ସୁନ୍ଦର ଦାଶ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଶୁଭେନ୍ଦ୍ର ନେପାକ, ପୁରୁଷୋତ୍ତମ ପଣ୍ଡା, ଶିବ ଶଙ୍କର ଖୁଆସ, ଜଗନ୍ନାଥ ଷଡଙ୍‌ଗୀ, ସଂକିର୍ତ୍ତନ ତ୍ରିପାଠୀ ପ୍ରମୁଖ ସଭ୍ୟ ଅଂଶଗ୍ରହଣ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande