ଭୁବନେଶ୍ୱର, 20 ଜୁନ୍ (ହି.ସ.)
- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି
ପରିଡା କହିଛନ୍ତି ଯେ, ଆମର ଗର୍ବ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଣେ ସାଧାରଣ ପରିବାର ରୁ ଦେଶର ରାଷ୍ଟ୍ରପତି
ହେବାର ଆପଣଙ୍କର ଯାତ୍ରା ସଭିଙ୍କ ପାଇଁ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉତ୍ତମ
ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା