ରାଜ୍ୟରେ ଖୋଲିଲା ସ୍କୁଲ, ସ୍ୱଚ୍ଛତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, 20 ଜୁନ୍ (ହି.ସ.) - ସରିଲା ଖରାଛୁଟି, ଆଜି ରାଜ୍ୟରେ ଖୋଲିଲା ସ୍କୁଲ୍ । ଆଜି ପ୍ରଥମ କରି ସ୍କୁଲ ଯାଇଛନ୍ତି ଛାତ୍ରଛାତ୍ରୀ । ତେବେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କ୍ୟାମ୍ପସ୍‌ରେ ସ୍ବଚ୍ଛତା ବଜ
ରାଜ୍ୟରେ ଖୋଲିଲା ସ୍କୁଲ, ସ୍ୱଚ୍ଛତା ଉପରେ ଗୁରୁତ୍ୱ


ଭୁବନେଶ୍ୱର, 20 ଜୁନ୍ (ହି.ସ.)

- ସରିଲା ଖରାଛୁଟି, ଆଜି ରାଜ୍ୟରେ ଖୋଲିଲା

ସ୍କୁଲ୍ । ଆଜି ପ୍ରଥମ କରି ସ୍କୁଲ ଯାଇଛନ୍ତି ଛାତ୍ରଛାତ୍ରୀ । ତେବେ ଝାଡ଼ାବାନ୍ତି

ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କ୍ୟାମ୍ପସ୍‌ରେ

ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ଯୋଗୁଁ ଯାଜପୁର, ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ରହିଛି ।

ଏହି ଦୁଇ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିକୁ ନଜରରେ ରଖି ସବୁ ଶିକ୍ଷାନୁଷ୍ଠାନକୁ ଛୁଟି

ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକରେ ୨୧ ତାରିଖ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଙ୍ଗନବାଡ଼ି କେନ୍ଦ୍ର,

ସମସ୍ତ

ସ୍କୁଲ୍ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ପାଇଁ ଆଜି ଟ୍ବିନ୍‌ ସିଟିରେ ସ୍କୁଲ୍ ବନ୍ଦ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଆଜି ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳର ସବୁ

ସ୍କୁଲ୍ ଛୁଟି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସ୍ତରୀୟ ସମାବେଶ ହେବାକୁ

ଥିବାରୁ ବିପୁଳ ଜନ ସମାଗମ ହେବ। ସମସ୍ୟା ଉପୁଜିବା ଆଶଙ୍କା କରି ସ୍କୁଲ୍ ଛୁଟି ରଖିବାକୁ

ନିଷ୍ପତ୍ତି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande