ଜୟପୁର, ୨୧ ଜୁନ୍ (ହି.ସ.) - ରବି ମଣ୍ଡିରେ ଧାନ ଉଠୁନଥିବାରୁ ଆଜି ଅପରାହ୍ନ ୧ ଘଂଟା ସମୟରେ ଚାଷି ମାନେ ଜୟପୁର ସ୍ଥିତ ଉପ ଜିଲାପାଳ କାଯ୍ୟାଳୟ ଓ ଜିଲା ଯୋଗାଣ ଅଧିକାରି ଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଓଡିଶା କୃଷକ ସମାଜର ଜିଲା ସମ୍ପାଦକ ସମ୍ପାଦକ ନବିନ ନାୟକଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ରିତ ହୋଇ ଘେରାଉ କରିଛନ୍ତି । ଜିଲା ମୁଖ୍ୟ ଯୋଗାଣ ଅଧିକାରିଙ୍କ ସହ ଆଲୋଚନା କରିଛନ୍ତି । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ୫ ଦିନ ହେବ ଆରଏମସି ୟାର୍ଡରେ ଧାନ ରଖାଯାଇଛି । ମିଲର ଙ୍କ ଦେଖା ମେଳୁ ନାହିଁ କି ଗାଡି ମଧ୍ୟ ନାହିଁ । ରାତି ଦିନ କାମ ଧନ୍ଦା ଛାଡି ମାର୍କେଟ ୟାର୍ଡରେ ଧାନ ରଖି ଅପେକ୍ଷା କରିଛି । ଜୟପୁର ବ୍ଲକର ୪ଟି ପଂଚାୟତ ରଣ୍ଡାପାଲ୍ଲି ଉମୁରି, ଗଡପଦର, ଏକମ୍ବା ର ପାଖା ପାଖା ଶହେ ଚାଷୀଙ୍କ ଧାନ ପଡିଛି । ଧାନ ନଉଠିଲେ ଘେରାଉ କରିବୁ ବୋଲି ଚାଷୀ ଚେତାବନି ଦେଇଛନ୍ତି । ଧାନ ବିକ୍ରି ପାଇ ଚାଷି ହାତରେ ମାତ୍ର ୯ ଦିନ ରହିଛି । ଚାଷି ଥଣ୍ଡା କାକର ରେ ଜଗି ଧାନ ଉତ୍ପାଦନ କରିବା ବେଳେ ସରକାର ମାତ୍ର ୩୦ ଦିନ ଧାନ ବିକ୍ରୟ ପାଇ ସମୟ ଦେଇଛନ୍ତି । ଯେଉଁ ଧାନ ବଳକା ରହୁଛି ଧାର୍ଯ୍ୟ ସମୟ ଭିତରେ ବିକ୍ରି ହୋଇ ପାରିବ ନାହିଁ । ବାହାର ମିଲକକୁ ଧାନ କ୍ରୟ ପାଇ ସୁଯୋଗ ଦେବାରୁ ଏପିର ଅବ୍ୟବସ୍ଥା ହେଉଥିବା ଚାଷି ମାନେ ଅଭିଯୋଗ କରିଛନ୍ତି । ପାଖା ପାଖି ୧୫ ଟ୍ରକ ଧାନ ୟାର୍ଡ ରେ ଅଛି । ତେଣୁ ତୁରନ୍ତ ଧାନ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଧାନ ତୁରନ୍ତ ଉଠାଯିବ ବୋଲି ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦିପ କୁମାର ପଣ୍ଡା ଚାଷି ସହ ଆଲୋଚନା କରି ଧାନ ଶିଘ୍ର କ୍ରୟ କରାଯିବ ବୋଲି ପ୍ରତିଶ୍ରୃିତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି