ଜାତିଆଣା ଅକ୍ଷେପ ଓ ଜୀବନରୁ ମାରିଦେବାକୁ ଧମକମାମଲାରେ ପୁଲିସ ନୀରବ,ଏସପିଙ୍କୁ ଭେଟିଲେ ପିଡିତା ପରିବାର
କୋରେଇ, ୨୧ ଜୁନ୍ (ହି.ସ.) - ଜାତିଆଣା ଆକ୍ଷେପ ଓ ଅଶ୍ଲୀଳ ଗାଳିଗୁଲଜ ଓ ଜୀବନରୁ ମାରିଦେବାକୁ ଧମକ ମାମଲାରେ ପୁଲିସ କେବଳ ମାମଲା ରୁଜ୍ଜୁ କରି ନୀରବତା ଅବଲମ୍ବନ କରିବାରୁ ଶେଷରେ ପିଡିତା ପରିବାର ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତ ମାନେ ରାଜନୈତିକ ଭାବେ ପ୍ରଭାବଶାଳୀ ହୋଇଥିବାରୁ ପ
ଜାତିଆଣା ଅକ୍ଷେପ ଓ ଜୀବନରୁ ମାରିଦେବାକୁ ଧମକମାମଲାରେ ପୁଲିସ ନୀରବ,ଏସପିଙ୍କୁ ଭେଟିଲେ ପିଡିତା ପରିବାର


କୋରେଇ, ୨୧ ଜୁନ୍ (ହି.ସ.) - ଜାତିଆଣା ଆକ୍ଷେପ ଓ ଅଶ୍ଲୀଳ ଗାଳିଗୁଲଜ ଓ ଜୀବନରୁ ମାରିଦେବାକୁ ଧମକ ମାମଲାରେ ପୁଲିସ କେବଳ ମାମଲା ରୁଜ୍ଜୁ କରି ନୀରବତା ଅବଲମ୍ବନ କରିବାରୁ ଶେଷରେ ପିଡିତା ପରିବାର ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତ ମାନେ ରାଜନୈତିକ ଭାବେ ପ୍ରଭାବଶାଳୀ ହୋଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ପଂଚାୟତର ନୂଆପଡା ଗ୍ରାମର ଶରତ ଯେନାଙ୍କ ସ୍ତ୍ରୀ ରଂଜିତା ଯେନା ଏଭଳି ଅଭିଯୋଗ ଆଣିବା ସହ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସ୍ୱାମୀ ସହିତ ପହଂଚି ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରକାଶ ଯେ ରଂଜିତାଙ୍କ ଅଭିଯୋଗ ମୁତାବକ ସରକାରଙ୍କ ପକ୍ଷରୁ ତାଙ୍କ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲାଗୁଥିଲା । ଜନବସତି ଅଂଚଳରେ ଏହା ନଲାଗି ରାସ୍ତାରେ ଲଗାଯାଉଥିବା ନେଇ ଶରତ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ସରପଂଚଙ୍କ ସ୍ୱାମୀ କୈଳାସ ପହୀ ଆସି ଶରତଙ୍କ ଅନୁପସ୍ଥିତରେ ଗତ ୫ ତାରିଖ ଧମକ ଓ ଅଶ୍ରାବ ଜାତିଆଣା ଆକ୍ଷେପ କରି ଗାଳି ଗୁଲଜ କରିଥିଲେ । କାହିଁକି ଅଭିଯୋଗ କଲ ବୋଲି ଏଥି ପାଇଁ ସ୍ୱାମୀ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରଦିନ ସରପଂଚ ସସ୍ମିତା ପହୀ ପହଂଚି ଅନୁରୂପ ବ୍ୟବହାର କରିଥିଲେ । ଫଳରେ ବାଧ୍ୟ ହୋଇ ଏନେଇ ରଂଜିତା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୨୦୦/୨୫ ରୁଜ୍ଜୁ କରାଯାଇଥିଲା । ହେଲେ କେବଳ ମାମଲାରେ ଏହା ସିମୀତ ରହିଛି । ଫଳରେ ନ୍ୟାୟ ପାଇଁ ସସ୍ତ୍ରୀକ ଏସପି ଅଫିସରେ ପହଂଚି ନ୍ୟାୟ ଭିକ୍ଷା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande