କୋରେଇ, ୨୧ ଜୁନ୍ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ନୂଆପଦା ଗ୍ରାମରେ ସାପକାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରକାଶଯେ ନୂଆପଦା ଗ୍ରାମର ମାଧବ ସେଠୀଙ୍କ ପୁଅ ଶଙ୍ର୍କଷଣ ସେଠୀ (୫୪) ଗୁରୁବାର ରାତ୍ରୀରେ ଖାଇ ସାରି ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ସାପ କାମୁଡିଥିଲା । ଫଳରେ ପରିବାର ପକ୍ଷରୁ ତାଙ୍କୁ ସଂଗେ ସଂଗେ ଯାଜପୁରରୋଡ କ୍ଷେତ୍ରୀୟ ଚିକତ୍ସାଳୟକୁ ପଠାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକତ୍ସିତ ଅବସ୍ଥାରେ ଶୁକ୍ରବାର ରାତ୍ରୀରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ରାତ୍ରୀରେ ଶବ ବ୍ୟବଚ୍ଛେଦ ହୋଇନପାରିବାରୁ ଶନିବାର ତାଙ୍କର ଶବ ବ୍ୟବଚ୍ଛ୍ୟେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀର ମଧ୍ୟାନ୍ନରେ ଗ୍ରାମରେ ପହଂଚିଥିଲା । ମୃତଦେହ ପହଂଚିବା ପରେ ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ, ପରିବାର ବର୍ଗ ଉପସ୍ଥିତ ହୋଇ ଶେଷ ଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଶୋକାକୂଳ ପରିବେଶରେ ଗାଁ ଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ହରିହର ମୁଖାଗ୍ନୀ ଦେଇଥିବା ବେଳେ ସାନପୁଅ ଶୁଭେନ୍ଦୁ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ