୰ ନିରଂଜନ ରଥଙ୍କ ବିୟୋଗରେ ଯାଜପୁର ସମାଜ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳୀ
କୋରେଇ, ୨୧ ଜୁନ୍ (ହି.ସ.) - ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ସମାଜର ପ୍ରାକ୍ତନ ସମ୍ପାଦକ, ମୁଦ୍ରାକାର ଓ ପ୍ରକାଶକ ନିରଂଜନ ରଥଙ୍କର ଗୁରୁବାର ରାତ୍ରୀରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଗଟିଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ ସାରା ଓଡିଶା ବାସୀଙ୍କ ସ୍ମବ୍ଧ କରିଥିଲା । ବିଶେକେ କରି ସମାଜ ପରିବାର
୰ ନିରଂଜନ ରଥଙ୍କ ବିୟୋଗରେ ଯାଜପୁର ସମାଜ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳୀ


କୋରେଇ, ୨୧ ଜୁନ୍ (ହି.ସ.) - ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ସମାଜର ପ୍ରାକ୍ତନ ସମ୍ପାଦକ, ମୁଦ୍ରାକାର ଓ ପ୍ରକାଶକ ନିରଂଜନ ରଥଙ୍କର ଗୁରୁବାର ରାତ୍ରୀରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଗଟିଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ ସାରା ଓଡିଶା ବାସୀଙ୍କ ସ୍ମବ୍ଧ କରିଥିଲା । ବିଶେକେ କରି ସମାଜ ପରିବାର ଉପରେ ଏହାର ପ୍ରଭାବ ପଡିଥିଲା । ଯାଜପୁର ସମାଜ ପରିବାର ପକ୍ଷରୁ ଶ୍ରୀ ରଥଙ୍କ ସ୍ମୃତି ଉଦ୍ୟେଶରେ ଏକ ସ୍ମୃତି ଓ ଶ୍ରଦ୍ଧାଜଂଳୀ ସଭା ଆୟୋଜନ କରାଯାଇଥିଲା । ପାଣିକୋଇଲି ଅଳତିରିସ୍ଥିତ ମା ମହାଲକ୍ଷ୍ମୀ ପୀଠ ଠାରେ ଯାଜପୁର ସମାଜ ପରିବାର ପକ୍ଷରୁ ବରିଷ୍ଠ ସମ୍ବାଦିକ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ୰ରଥଙ୍କ ସ୍ମୃତି ଉଦ୍ଦ୍ୟେଶ ଓ ତାଙ୍କ ଅମରଆତ୍ମାର ସଦଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ରଂଗବଲ୍ଲଭ ସାହୁ, ଆଦିତ୍ୟ ମେକାପ, ମଳୟ କୁମାର ମଲ୍ଲିକ, ଅଖିଳ ସ୍ୱାଇଁ, ପ୍ରତାପ ରାଉତରାୟ, ପ୍ରକାଶ ସାହୁ, ରଜତ ସାହା, ସୁବାସ ଧଳ, ପ୍ରତାପ ଦାସ ପ୍ରମୁଖ ୰ରଥଙ୍କ ସ୍ମୃତି ଚାରଣ ସହିତ ସେମାନଙ୍କ ପୂର୍ବ ଅନୁଭୂତି ଓ ତାଙ୍କର ତ୍ୟାଗ, ନିଷ୍ଠା ଓ ସମ୍ବାଦିକ ମାନଙ୍କ ପ୍ରତିଥିବା ଭଲପାଇବା ସର୍ମ୍ପକରେ ଆଲୋଚନା କରିବା ସହ ଅମରଆତ୍ମାର ସଦଗତି କାମନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande