ଜୟପୁର, ୨୧ ଜୁନ୍ (ହି.ସ.)-
ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ
ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସୁନାଙ୍କ ପୌରୋହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ଏହି ବାର୍ତ୍ତାକୁ ନେଇ ଚଳିତ ବର୍ଷ ବିଶ୍ଵର ସମସ୍ତ ସ୍ଥାନରେ ଏହି ଯୋଗ ଦିବସ ପାଳନ ପୂର୍ବକ ସୁସ୍ଥମୟ ଜୀବନ ଅତିବାହିତ କରନ୍ତୁ ବୋଲି ଅଧ୍ୟକ୍ଷ ଡଃ. ସୁନା ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜୟପୁରର ବିଶିଷ୍ଟ ଯୋଗ ଗୁରୁ ଭାଗିରଥି ପାଣି ଓ ତାଙ୍କ ସହଯୋଗୀ ଯୋଗ ପରିବାର ଆମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଚଳିତ ସମୟରେ ଯୋଗ ଓ ପ୍ରାଣାୟାମର ମହତ୍ୱ ଓ ଉପଯୋଗୀତା ସମ୍ପର୍କରେ ଦର୍ଶାଇବା ସହ ବିଭିନ୍ନ ପ୍ରକାର ଯୋଗ ମୁଦ୍ରା କରି ମହାବିଦ୍ୟାଳୟ ଛାତ୍ରୀ ଓ କର୍ମଚାରୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ସଭିଏଁ ସକାଳ ସମୟରେ ଯୋଗାଭ୍ୟାସ କରିବା ସହ ମନଭରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଏବଂ ନିୟମିତ ବ୍ୟାୟାମ କରି ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଯୋଗ ଦିବସ ସମ୍ବନ୍ଧୀୟ ଚିତ୍ରାଙ୍କନ ଓ ଗଳ୍ପ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପକ ଏହି ଦିନଟିକୁ ଖୁବ୍ ଉପଭୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି